ଏସିଡ୍ ପୀଡିତାଙ୍କୁ ପେନସନ ଘୋଷଣା

ଉତ୍ତରାଖଣ୍ଡ () ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ୍ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଭାବିତ କରିଛି । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି ।

ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଥିବା ଏସିଡ୍ ପୀଡିତାଙ୍କୁ ପେନସନ୍ ଦେବାକୁ ମନସ୍ଥ କରିଛନ୍ତି । ଏନେଇ ସରକାର ପେନସନ୍ ସ୍କିମ ଘୋଷଣା କରିଛନ୍ତି ।
ସେଠାକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ୟ୍ୟା ଏହି ଯୋଜନାକୁ ଘୋଷଣା କରିଛନ୍ତି । ଯେଉଁ ମହିଳାମାନେ ଏସିଡ୍ ଆକ୍ରମଣର ଶିକାର ହୋଇ ଜୀବନ କାଟୁଛନ୍ତି ସେମାନଙ୍କୁ ୫-୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଫଳରେ ସେମାନେ ଏକ ସୁସ୍ଥ ଜୀବନ କାଟିପାରିବେ ।

 

Share

Leave a Reply

Your email address will not be published. Required fields are marked *

ten − 9 =