ଆମାଜନ୍ ଭାରତ ଉପରେ କୌଣସି ଉପକାର କରୁନାହିଁ: ପିୟୁଷ ଗୋୟଲ୍

ନୂଆଦିଲ୍ଲୀ () ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ଦ୍ବାରା ଭାରତରେ ଏକ ନିୟୁତ ଡଲାରର ଘୋଷଣା ପରେ ପ୍ରତିକି୍ରୟା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ।

ସେ କହିଛନ୍ତି ଆମାଜନ ଏଠାରେ ଏକ ନିୟୁତ ଡଲାରର ବିନିଯୋଗ କରୁଛି କିନ୍ତୁ ଯଦି ସେମାନେ ପ୍ରତି ବର୍ଷ ଏକ ନିୟୁତ ଡଲାରର କ୍ଷତି ସହୁଛନ୍ତି ତେବେ ଏହାର ଅର୍ଥ ସେମାନେ ଏହାର ଭରଣା ମଧ୍ୟ ଏଠାରୁ କରିବେ। ଏଥିପାଇଁ ସେମାନେ ଭାରତରେ ଏକ ନିୟୁତ ଡଲାରର ବିନିଯୋଗ କରି କୌଣସି ଉପକାର କରୁନାହାନ୍ତି।

ଗୋୟଲ ଆହୁରି କହିଛନ୍ତି ଯେ ଇ-କମର୍ସ କମ୍ପାନୀକୁ ଭାରତୀୟ ନିୟମ ପାଳନ କରିବାକୁ ପଡ଼ିବ ଏବଂ ମଲଟି ବ୍ରାଣ୍ଡ ସେଗମେଣ୍ଟରେ ପଛପଟୁ ପ୍ରବେଶ କରିବା ପାଇଁ ଲୁପହୋଲ୍ ଖୋଜିବା ଅନୁଚିତ୍। ଭାରତ ମଲଟି ବ୍ରାଣ୍ଡ ରିଟେଲରେ ୪୯ପ୍ରତିଶତରୁ ଅଧିକ ବୈଦେଶିକ ବିନିଯୋଗକୁ ଅନୁମତି ଦେଇନାହିଁ ଏବଂ ଏବେ ଯାଏଁ କୌଣସି ବୈଦେଶିକ ରିଟେଲର୍ସଙ୍କ ଆବେଦନକୁ ସ୍ବୀକୃତି ପ୍ରଦାନ କରିନାହିଁ।

Share

Leave a Reply

Your email address will not be published. Required fields are marked *

10 − eight =