ବନ୍ଧାହେଲେ ମା ଝିଅ ଦେହଜୀବୀ

ଅମୃତସର: କରୋନା ମହାମାରୀ ଅନେକଙ୍କ ଜୀକିକା ଛଡ଼ାଇ ନେଇଛି । ଲୋକେ କାମ ଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାମ ଧନ୍ଦା ନପାଇ ଶେଷରେ ଦେହ ବ୍ୟବସାୟ ଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ମା ଝିଅ । ପୋଲିସ ଖବର ପାଇବା ପରେ ଚଢ଼ାଉ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ପଞ୍ଜାବର ମୁକସର ଜିଲ୍ଲା ନାନକ ସହରରୁ ଆସିଛି ଏଭଳି ଖବର । ଘନ ବସ୍ତିରେ ରହୁଥିବା ମା ଝିଅଙ୍କୁ ପୋଲିସ ଗିରଫ କରିଛି ।

ତେବେ ଏହି ଘଟଣାରେ ପୋଲିସ ଦୁଇଜଣ ଗ୍ରାହାକଙ୍କ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ତେବେ ଏମାନେ କିଛିଦିନ ଏହି ବ୍ୟବସାୟ ଚଳାଉଥିବା ବେଳେ ଗ୍ରାହାକଙ୍କ ଭିଡ଼ ଜମୁଥିବାରୁ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଚଢ଼ାଉ କରି ଗ୍ରାହାକଙ୍କ ସହ ମା ଝିଅଙ୍କୁ ରେଡ ହାଣ୍ଡରେ ଧରିଥିଲା । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

two × three =