ଚାଷୀଙ୍କ ଠାରୁ ସଂଗୃହିତ ଡାଲି ରାଜ୍ୟମାନଙ୍କୁ ଦିଆଯିବ

ନୂଆଦିଲ୍ଲୀ () ସମର୍ଥନ ମୂଲ୍ୟ ଯୋଜନା ଅଧୀନରେ କୃଷକମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା ଡାଲିକୁ ରାଜ୍ୟଗୁଡ଼ିକୁ ପ୍ରଦାନ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ମଞ୍ଜୁରି ଦେଇଛନ୍ତି । ଏହାକୁ ସମର୍ଥନ ମୂଲ୍ୟ ଯୋଜନା (ପିଏସଏସ) ଅନ୍ତର୍ଗତ କ୍ରୟ କରାଯାଉଥିବା ଡାଲି ଭଣ୍ଡାରରୁ ବିଭିନ୍ନ କଲ୍ୟାଣ ଯୋଜନା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କମ ମୂଲ୍ୟରେ ଯୋଗାଇ ଦିଆଯିବ  ।

ଏହି ନିଷ୍ପତି ଦ୍ବାରା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସାଧାରଣ ବଂଟନ ପ୍ରଣାଳୀ, ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଡାଲିର ଉପଯୋଗ କରିବାରେ ସକ୍ଷମ ହେବେ । ଏହାବ୍ୟତୀତ ଗୋଦାମରେ ମଧ୍ୟ ଅଧିକ ଖାଲି ଜାଗା ଉପଲବ୍ଧ ହେବ, ଯାହାର ସମର୍ଥନ ମୂଲ୍ୟ ଯୋଜନା ଅନ୍ତର୍ଗତ କ୍ରୟ କରାଯାଉଥିବା ସାମଗ୍ରୀର ସଂରକ୍ଷଣ ଲାଗି ଆଗାମୀ ଖରିଫ ଋତୁରେ ଆବଶ୍ୟକତା ପଡ଼ିପାରେ ।

ଏହି ଅନୁମୋଦନ ପ୍ରାପ୍ତ ଯୋଜନାରେ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କୁ ସଂଗୃହିତ ରାଜ୍ୟର ବର୍ତମାନର ପାଇକାରୀ ବଜାର ମୂଲ୍ୟ ଠାରୁ କିଗ୍ରା ପ୍ରତି ୧୫ ଟଙ୍କା କମ ମୂଲ୍ୟରେ ୩୪.୮୮ ଲକ୍ଷ ମେଟ୍ରିକ ଟନ ତୁର ଡାଲି, ଚଣା, ମସୁର, ମୁଗ ଏବଂ ହରଡ଼ ଡାଲି ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି । ପ୍ରଥମେ ଆସ-ପ୍ରଥମେ ନିଅ ଆଧାରରେ ରାଜ୍ୟମାନଙ୍କୁ ଦିଆଯିବ । ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାର ଏହି ଡାଲିକୁ ମଧ୍ୟାହ୍ନ ଭୋଜନ, ସାଧାରଣ ବଂଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଭଳି କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ । ଏହି ଉପଲବ୍ଧତା ୧୨ ମାସର ଅବଧି କିମ୍ବା ୩୪.୮୮ ଲକ୍ଷ ମେଟ୍ରିକ ଟନ ଡାଲି ସମ୍ପୂର୍ଣ୍ଣ ଭାବେ ପ୍ରାପ୍ତ କରିବା, ଯାହା ପ୍ରଥମେ ହୋଇଥିବ, ଆଧାରରେ ହେବ । ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ୫୨୩୭ କୋଟି ଟଙ୍କା ଖର୍ଚ୍ଚ କରିବେ ।

Share

Leave a Reply

Your email address will not be published. Required fields are marked *

12 − one =