୩୭୦ ଉଚ୍ଛେଦ ପରେ ଜମ୍ମୁ ଓ ଲାଦାଖରେ ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ() ଜମ୍ମୁ କଶ୍ମୀରର ପ୍ରଥମ ଲୋଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମୁର୍ମୁ ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡର ଓଡିଆ ଆଇ. ଏ .ଏସ ଅଫିସର ଏବଂ ମୟୁରଭଂଜ ଜିଲ୍ଲା ବେତନଟି ଅଂଚଳର ମୂଳ ବାସିନ୍ଦା । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ସେଠାରେ ରାଜ୍ୟ ପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି । ମିଜୋରାମର ରାଜ୍ୟପାଳ ଭାବେ ପି.ଏସ ଶ୍ରୀ ଧରନ ପିଲାଇଙ୍କୁ ନିଯୁକ୍ତି ମିଳିଛି । ରାଧାକୃଷ୍ନ ମାଥୁର ଲାଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ଅଧିକାରୀ ମାନେ ସେମାନଙ୍କ ପଦବୀରେ ଯେଉଁଦିନ ଦାୟୀତ୍ୱ ଗ୍ରହଣ କରିବେ ସେହି ଦିନ ଠାରୁ ସେମାନଙ୍କ ନିଯୁକ୍ତିର କାର୍ଯ୍ୟକାଳ ଆରମ୍ଭ ହେବ ।

Share

Leave a Reply

Your email address will not be published. Required fields are marked *

sixteen − 13 =