ଜିଓ ପକ୍ଷରୁ ଜିଓ-ଫୋନ୍ ଗ୍ରାହକଙ୍କ ପାଇଁ “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା

ନୂଆଦିଲ୍ଲୀ() ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି । ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା । ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓ ଟୁ ଜିଓ ଏବଂ ଅନ୍ୟ ନେଟୱର୍କୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରିଛି ।

ଜିଓ ଫୋନ୍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ ହେବ । ଜିଓ ନେଟୱର୍କରେ ଅସୀମିତ ଭଏସ କଲିଂ ଏବଂ ଡାଟା ବ୍ୟବହାର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଏକ ୭୫ଟଙ୍କାର ପ୍ଲାନ ଜାରି କରାଯାଇଛି , ଯାହା ଏ କ୍ଷେତ୍ରରେ ଏହା ଦେଶର ସବୁଠାରୁ ଲାଭପ୍ରଦ ଯୋଜନା ବୋଲି ଦାବି କରାଯାଇଛି । ମାସିକ ୭୫ଟଙ୍କାର ଏହି ପ୍ଲାନରେ ୫୦୦ମିନିଟ୍ର ଅନ୍ୟ ନେଟୱର୍କ କଲିଂ ସହିତ ୩ଜିବି ଡାଟା ଉପଲବ୍ଧ ହେବ ଏବଂ ପୂର୍ବଭଳି ଜିଓରୁ ଜିଓକୁ ମାଗଣା ଅସୀମିତ କଲ୍ ବ୍ୟବସ୍ଥା ରହିବ । ଏହା ବ୍ୟତୀତ ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଉ ତିନୋଟି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଛି , ଯାହାର ମୂଲ୍ୟ ୧୨୫ଟଙ୍କା, ୧୫୫ଟଙ୍କା ଏବଂ ୧୮୫ଟଙ୍କା ରହିଛି । ସମସ୍ତ ପ୍ଲାନରେ ଜିଓରୁ ଜିଓ ଅସୀମିତ ମାଗଣା କଲିଂ ସୁବିଧା ରହିବା ସହ ୫୦୦ ମିନିଟ୍ର ଅନ୍ୟ ନେଟୱର୍କକୁ କଲିଂ ସୁବିଧା ରହିଛି । ଏହି ସମସ୍ତ ପ୍ଲାନର ଅବଧି ଏକମାସ (୨୮ଦିନ) ରହିଛି । ଏହି ପ୍ଲାନଗୁଡ଼ିକର ଆଉ ଏକ ବଡ଼ ଦିଗ ହେଲା, ମାତ୍ର ୩୦ଟଙ୍କା ଅତିରିକ୍ତ ଦେୟ ଭରଣା କରି ଗ୍ରାହକମାନେ ସେମାନଙ୍କ ଡାଟାକୁ ଦୁଇଗୁଣିତ କରିପାରିବେ । ୧୨୫ଟଙ୍କା ପ୍ଲାନରେ ୧୪ଜିବି ଡାଟା ମିଳୁଥିବା ବେଳେ ୧୫୫ ଟଙ୍କା ପ୍ଲାନ୍ରେ ୨୮ ଜିବି ଡାଟା, ୧୮୫ ଟଙ୍କାରେ ୫୬ ଜିବି ଡାଟା ଉପଲବ୍ଧ ହେଉଛି ।

କିନ୍ତୁ ଯଦି ଜଣେ ଗ୍ରାହକ ଏହି ପ୍ଲାନ ସହ ଆଉ ୩୦ଟଙ୍କା ପୈଠ କରି ୧୫୫ଟଙ୍କାର ପ୍ଲାନ କ୍ରୟ କରନ୍ତି, ତାଙ୍କର ଡାଟା ୨୮ଜିବି ହୋଇଯିବ । ସେହିପରି ୧୫୫ଟଙ୍କାର ପ୍ଲାନରେ ଅତିରିକ୍ତ ୩୦ଟଙ୍କା ଯୋଡ଼ିଲେ ୧୮୫ଟଙ୍କା ପ୍ଲାନ ଉପଲବ୍ଧ ହେବା ସହ ଗ୍ରାହକଙ୍କ ଡାଟା ସୀମା ଦୁଇଗୁଣିତ ହୋଇ ୫୬ଜିବି ହେବ ।

ରିଲାଏନ୍ସ ଜିଓକୁ ବାଦ୍ ଦେଇ ଅନ୍ୟ କମ୍ପାନୀମାନେ ନିଜ ନେଟ୍ୱର୍କ ମଧ୍ୟରେ କଲ୍ପା ଇଁ ସେମାନଙ୍କ ଟୁ-ଜି ଗ୍ରାହକମାନଙ୍କଠାରୁ ଦେୟ ନେଉଛନ୍ତି । ସେହିପରି ଅନ୍ୟ କମ୍ପାନୀ ନେଟ୍ୱର୍କରେ କଲ ପାଇଁ ମଧ୍ୟ ଗ୍ରାହକଙ୍କୁ ଦେୟ ଭରଣା କରିବାକୁ ପଡୁଛି ।

କିନ୍ତୁ ଜିଓରୁ ଜିଓକୁ କଲ୍ ପାଇଁ ରିଲାଏନ୍ସ ଜିଓ ସମ୍ପୂର୍ଣ୍ଣ ଦେୟମୁକ୍ତ ରଖିଛି । ଏଥିପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡୁନାହିଁ । ଜିଓ ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ସମସ୍ତ “ଅଲ୍-ଇନ୍-ୱାନ” ପ୍ଲାନରେ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କ ତୁଳନାରେ ୨୫ଗୁଣ ଅଧିକ ଡାଟା ଉପଲବ୍ଧ କରାଯାଉଛି ବୋଲି ଜିଓ ପକ୍ଷରୁ କୁହାଯାଇଛି । ଜିଓ ଫୋନ୍ ପାଇଁ ପୂର୍ବରୁ ରହିଥିବା ସମସ୍ତ ପ୍ଲାନ୍ ଯଥାବତ୍ ଜାରି ରହିବ କମ୍ପାନୀ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 5 =