ପ୍ରଭାବିତ ହୋଇଛି ଜଳ ବିଦ୍ୟୁତ ଉତ୍ପାଦନ

ଭୁବନେଶ୍ବର () ରାଜ୍ୟରେ ଅଘୋଷିତ ପାୱାର କଟ ହେଉନି  । ଆଜି ଶକ୍ତି ବିଭାଗ ଏହା ସ୍ପଷ୍ଟ କରିଛି  । ଯଦିଓ କିଛି ଅଂଚଳରେ ଦିନର କିଛି ଘଣ୍ଟା ପାଇଁ ବିଦ୍ୟୁତ କାଟ ହେଉଛି, ତାହା ନିୟମିତ ପାୱାର କଟ ନୁହେଁ  । ମୌସୁମୀ ପୂର୍ବରୁ ଉତ୍ପାଦାନକାରୀ ଏବଂ ବିଦ୍ୟୁତ ବିତରଣ ସଂସ୍ଥା ନିୟମିତ ଯନ୍ତ୍ରପାତି ମରାମତି କରିଥାନ୍ତି  । ଏଥିସହିତ କାଳବୈଶାଖୀ ଯୋଗୁଁ କୌଣସି ଅଘଟଣକୁ ଏଡାଇବା ପାଇଁ ବିଦ୍ୟୁତ କାଟ ହୋଇଥାଏ ବୋଲି ସ୍ପଷ୍ଟ କରିଛନ୍ତି ଗ୍ରିଡକୋର ବାଣିଜ୍ୟିକ ନିର୍ଦ୍ଦେଶକ ମାନସ କୁମାର ଦାସ  ।

ବର୍ତ୍ତମାନ ସ୍ଥିତିରେ ଦିନ ବେଳା ପିକ୍ ସମୟରେ 3800 ମେଗୱାଟ ବିଦ୍ୟୁତ ଆବଶ୍ୟକତା ପଡୁଛି  । ସନ୍ଧ୍ୟା ସମୟରେ ସେହିଭଳି ପିକ ସମୟରେ 4200 ମେଗାୱାଟ ବିଦ୍ୟୁତ ଆବଶ୍ୟକତା ରହୁଛି  । ଆବଶ୍ୟକତା ଅନୁସାରେ ଏବେ ରାଜ୍ୟ ସରକାରଙ୍କ ପାଖରେ 4300 ମେଗାୱାଟ ବିଦ୍ୟୁତ ଉପଲବ୍ଧ  । ଏପରିକି 4500 ବିଦ୍ୟୁତ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସକ୍ଷମ ବୋଲି ସେ କହିଛନ୍ତି ।

ରାଜ୍ୟର ବିଦ୍ୟୁତ ଆବଶ୍ୟକତା ଅନୁଯାୟୀ ଏବେ କେନ୍ଦ୍ରୀୟ ପୁଲରୁ 12ଶହ ମେଗାୱାଟ ବିଦ୍ୟୁତ ମିଳୁଥିବା ବେଳେ ଜଳବିଦ୍ୟୁତରୁ 1350 ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ଏଥିସହିତ ପାୱାର ବ୍ୟାଙ୍କିଙ୍ଗରେ 160 ମେଗାୱାଟ ବିଦ୍ୟୁତ ଅନ୍ୟ ପୁଲରୁ ସଂଗ୍ରହ କରାଯାଉଛି  । ତେବେ ଏବର୍ଷ ଜଳ ବିଦ୍ୟୁତ ଉତ୍ପାଦନ କିଛିଟା ହ୍ରାସ ପାଇଛି  । କାରଣ ବାଲିମେଳା, ଇନ୍ଦ୍ରାବତୀ ଓ ଅପର କୋଲାବରେ ଗତବର୍ଷ ଅପେକ୍ଷା 2 ମିଟର ଲେଖାଏଁ ଜଳସ୍ତର କମିଛି  । ଯେଉଁଥିପାଇଁ ଜଳ ବିଦ୍ୟୁତ 1550 ବଦଳରେ 1350 ମେଗାୱାଟ ଉତ୍ପାଦନ ହେଉଛି  । ହିରାକୁଦ କି ରେଙ୍ଗାଲିରୁ ଜଳ ବିଦ୍ୟୁତ ଉତ୍ପାଦନ କୌଣସି ଭାବେ ପ୍ରଭାବିତ ହୋଇନାହିଁ  ।

Share

Leave a Reply

Your email address will not be published. Required fields are marked *

one + two =