ନବୀନଙ୍କୁ ଭେଟିବାକୁ ଆଗ୍ରହୀ ଧର୍ମେନ୍ଦ୍ର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଚିଠିରେ ଧର୍ମେନ୍ଦ୍ର ରାଜ୍ୟ ପ୍ରଶାସନ ଓ ତାଙ୍କ ପ୍ରତି ବିଜେଡିର ଆଭିମୁଖ୍ୟକୁ ନେଇ ରଖିଥିବା ବକ୍ୟବ୍ୟକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି । ଓଡିଶାରେ ଖାଦ୍ୟ ପ୍ରକିୟାକରଣ କ୍ଷେତ୍ରରେ ଉପସାଗରୀୟ ଦେଶ ମାନଙ୍କର ପୁଂଜି ନିବେଶକାରୀଙ୍କ ପ୍ରୟାସକୁ ଅସହଯୋଗ କରୁଥିବା ନେଇ କ୍ଷେଭ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ରଙ୍କ  । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ, ତାଙ୍କ ଉପରେ ରାଗକୁ ରଖି ସମ୍ଭାବ୍ୟ ସୁଯୋଗକୁ ଖାରଜ କରନ୍ତୁ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ସମୟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ରଙ୍କ କହିବା ଅନୁଯାୟୀ ଗତ ୨୩ ତାରିଖରେ ଚିଠି ଲେଖି ଓଡିଶାରେ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଉପସାଗରୀୟ ଦେଶ ସମୂହ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିଥିବା ସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ତେଣୁ ଓଡିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷା ପରି ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତତ୍ପର ଥିବା କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ମୁଖ୍ୟ ଶାସନ ସଚିବ ତାଙ୍କୁ ଭେଟିବାକୁ ଚାହୁଁଥିଲେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଉନି  । ତେଣୁ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉପସାଗରୀୟ ଦେଶ ସମୂହ ପୁଞ୍ଜି ନିବେଶ ସଂପର୍କରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି  ।

ତେବେ ଧର୍ମେନ୍ଦ୍ରଙ୍କ ଏହି ଚିଠିର ଉତ୍ତର ଦେଇଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ  । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ କାହାକୁ କଟକଣା ନାହିଁ  । ନିକଟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବିରେନ୍ଦ୍ର ସିଂହ ଓ ଅନ୍ୟମାନେ ବି ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରୁଛନ୍ତି  । ଧର୍ମେନ୍ଦ୍ରଙ୍କୁ ମଧ୍ୟ କୌଣସି କଟକଣା ନାହିଁ  । ସେହିଭଳି ସଂଘୀୟ ବ୍ୟବସ୍ଥାରେ ମୁଖ୍ୟ ଶାସନ ସଚିବ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାରେ ମଧ୍ୟ କୌଣସି ସମସ୍ୟା ନାହିଁ  । ତେବେ ଧର୍ମେନ୍ଦ୍ର ପ୍ରଧାନ ଦେଉଥିବା ପ୍ରସ୍ତାବଗୁଡିକ କୃଷି ବିଭାଗ ସଂପର୍କିତ  । ସରକାରୀ ଭାବେ ଏହିସବୁ ପ୍ରସ୍ତାବ କୃଷି ବିଭାଗ ଜରିଆରେ ଆସିବା ଉଚିତ  । କୃଷି ବିଭାଗ ସଂପର୍କିତ ପ୍ରସ୍ତାବ ପେଟ୍ରୋଲିୟମ ବିଭାଗ ଜରିଆରେ ଆସିବାର ତତ୍ପର୍ଜ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

4 × 5 =