ସୋଆରେ ଅଭିଭାଷଣ ରଖିବେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପୋଖରିୟାଲ୍‌ 

ଭୁବନେଶ୍ଵର, ଜାନୁୟାରୀ୦୫: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସୋଆ ଅଭିଭାଷଣ ସିରିଜ୍‌ର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ । ସେମାବାର ଦିନ ଏଥିଲାଗି ଏକ ସ୍ଵତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି ।

ଏହି ଅଭିଭାଷଣ ବିଷୟବସ୍ତୁ ରହିଛି ‘ନୂଆ ଭାରତ ଲାଗି ନୂଆ ଶିକ୍ଷାନୀତି’। ସେଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମଣ୍ଡଳୀଙ୍କୁ ସେ ଏହି ବିଷୟବସ୍ତୁ  ସମ୍ବନ୍ଧରେ ଆବଶ୍ୟକ ମତ ରଖିବେ। ଏହି ଅବସରରେ ‘ସମୟର ଚିତ୍ରଲିପି’ ଶୀର୍ଷକ ଏକ ପୁସ୍ତକକୁ ସେ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ଡ. ପୋଖରିଆଲ୍‌ଙ୍କ ଦ୍ଵାରା ଲିଖିତ ଗଳ୍ପଗୁଡ଼ିକ ଭିତରୁ କିଛି ବଛାବଛା ଗଳ୍ପକୁ ଏହି ପୁସ୍ତକରେ ଧାରଣ କରାଯାଇଛି। ସୋଆର ନିର୍ଦେଶକ ଡ. ମହେନ୍ଦ୍ର ପ୍ରସାଦ ଏ ସମସ୍ତ ଗଳ୍ପକୁ ଓଡ଼ିଆରେ ଅନୁବାଦ କରିଛନ୍ତି।

ଏହି ଅଭିଭାଷଣ କାର୍ଯ୍ୟକ୍ରମ ସମେତ କେନ୍ଦ୍ରମନ୍ତ୍ରୀ, ସୋଆ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ନୂତନ ହଷ୍ଟେଲ  ଗୃହ  ଉଦ୍‌ଘାଟନ କରିବେ। ସୋଆ କ୍ୟାମ୍ପସ୍‌ରେ ଏହି ନୂତନ ଗୃହ ତିଆରି ହୋଇଛି। ଏହାସହ ଆଇଆଇଟି, ଏନ୍‌ଆଇଟି, କେଭିଏସ୍‌, ଏନ୍‌ଭିଏସ୍‌ ଅଧିକାରୀଙ୍କ ସହ ସେ ସ୍ଵତନ୍ତ୍ର ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

Share

Leave a Reply

Your email address will not be published. Required fields are marked *

20 + fifteen =