ଉନ୍ନୟନ କମିଶନର ଓ 5ଟି ସଚିବଙ୍କ ସ୍ପଟ ଭିଜିଟ

ପୁରୀ () ଆସନ୍ତା 23 ତାରିଖରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏହାପୂର୍ବରୁ ଆଜି ଭୋରରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି.କେ ପାଣ୍ଡିଆନ, ପୁର୍ତ୍ତ ସଚିବ କ୍ରିଷନ କୁମାର ସ୍ପଟ ଭିଜିଟ କରିଛନ୍ତି । ଐତିହ କରିଡର ପାଇଁ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ସୁରକ୍ଷା ବଳୟ ଓ ଆଉଟର କରିଡର ନେଇ 5ଟି ସଚିବ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । 

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ରୂପାନ୍ତରଣ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ 5ଟି ସଚିବ । 

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଶ୍ରୀମନ୍ଦିର ଖୋଲିଲେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସାଙ୍ଗକୁ କୋଭିଡ ନିୟମର ଅନୁପାଳନ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା । 

Share

Leave a Reply

Your email address will not be published. Required fields are marked *

nine + 8 =