ଜିଓର ଗିଗା ଫାଇବର: ମାଗଣା ଭଏସ କଲ; ଫାଷ୍ଟ ଡେ ଫାଷ୍ଟ ସୋ’ର ସୁବିଧା

ମୁମ୍ବାଇ () ଦେଶର ସର୍ବବୃହତ ଟେଲିକମ ନେଟୱାର୍କ  ରିଲାଏନ୍ସ ଜିଓ ଆସନ୍ତା ସେପ୍ଟେମ୍ବର 5 ତାରିଖରୁ ଗିଗା ଫାଇବର ସେବା ଆରମ୍ଭ କରିବ । ଗ୍ରାହକଙ୍କୁ ମାତ୍ର ୭ ଶହ ଟଙ୍କାରେ ମିଳିବ ଜିଓ ଗିଗା ଫାଇବର । ଏହାଦ୍ବାରା ଗ୍ରାହକଙ୍କୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟା ସେବା ସହ ମିଳିବ ଅନେକ ଆକର୍ଷଣୀୟ ସୁବିଧା । ମଲଟି-ପାର୍ଟି ଭିଡିଓ କନଫରେନ୍ସି ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଗ୍ରାହକଙ୍କୁ ମିଳିବ । ଆଜି  ରିଲାଏନ୍ସର ୪୨ ତମ ଆନୁଆଲ ଜେନେରାଲ ମିଟିଙ୍ଗରେ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି ।

ଏଯାବତ୍ ଜିଓର ଗ୍ରାହକ ୩୪୦ ମିଲିୟନରୁ ବି ଅଧିକ ହୋଇଗଲେଣି । ଜିଓ କୌଣସି ବି ଗୋଟିଏ ଦେଶରେ ଅପରେଟ ହେଉଥିବା ବିଶ୍ବର ଦ୍ବିତୀୟ ବଡ ଟେଲିକମ କଂପାନୀ ଭାବେ ବର୍ତ୍ତମାନ ନାଁ କରିଛି । ସେ ଜିଓ ଗିଗାଫାଇବରର ପ୍ଲାନକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି । ଗ୍ରାହକଙ୍କୁ ମାସିକ ୭୦୦ ଟଙ୍କା ମୂଲ୍ୟରେ ଏହି ବ୍ରଡବ୍ୟାଣ୍ଡ ସେବାର ଲାଭ ମିଳିବ ।

ଏଥିରେ ମଲଟି-ପାର୍ଟି ଭିଡିଓ କନଫରେନ୍ସ କଲ୍, ଫ୍ରି ଭଏସ କନକ୍ଟେଭିଟି, କମ୍ ଦରରେ ଅନ୍ତର୍ଜାତୀୟ କଲିଂ, ଅଲଟ୍ରା ଏଚଡି ଏନଣ୍ଟରଟେନମେଣ୍ଟ, ଫାଷ୍ଟ ଡେ ଫାଷ୍ଟ ସୋ ମୁଭି, ଲାଇଭ ଗେମିଂ, ସ୍ମାର୍ଟ ହୋମ ସଲ୍ୟୁସନ, ମୁଭି, ଶୋ ଓ ସ୍ପୋର୍ଟସ, ୧୦୦ ଏମବିପିଏସରେ ୧ ଜିବିପିଏସ୍ ସ୍ପିଡର ସୁବିଧା ।

ଜିଓ ଗିଗାଫାଇବର ୫ ସେପ୍ଟେମ୍ବର ୨୦୧୯ରୁ ବାଣିଜ୍ୟିକ ଭାବେ ଉପଲବ୍ଧ ହେବ । ଯାହାକି ୧୦୦ଏମବିପିଏସ ସ୍ପିଡରୁ ଆରମ୍ଭ କରି ୧ଜିବିପିଏସ ପର୍ଯ୍ୟନ୍ତ ସ୍ପିଡରେ ଉପଲବ୍ଧ ହେବ । ସେହିଭଳି ଜିଓ ଫାଇବରର ପ୍ଲାନଗୁଡିକ ୭୦୦ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ଏଥିରେ ଭଏସ୍ କଲ ମାଗଣା ମିଳିବ । ଜିଓ ଫାଇବର ସହିତ ଓଟିଟି ଆପଗୁଡିକର ଆକସେସ୍ ମଧ୍ୟ ମିଳିବ । ପ୍ରିମିୟମ ଜିଓ ଫାଇବର କଷ୍ଟରମ୍ସଙ୍କୁ ସିନେମା ରିଲିଜ ହେବାରର ପ୍ରଥମ ଦିନରେ ଅର୍ଥାତ୍ ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖଲବାର ସୁବିଧା ମିଳିବ ।

Share

Leave a Reply

Your email address will not be published. Required fields are marked *

1 + 6 =