ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ରେ ପଶ୍ଚିମ ଓଡ଼ିଶା ବନ୍ଦ ,ଧର୍ମଗଡ଼ ସହର ପ୍ରଭାବିତ

ପଶ୍ଚିମ ଓଡ଼ିଶାରେ ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି , ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର କୋଶଲ ରାଜ୍ୟ ମାନ୍ୟତା  ଦାବି ନେଇ ଅନେକ ସମୟରେ ଆନ୍ଦୋଳନ,ବନ୍ଦ୍ ଡାକରା ଦେଇ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରାଯାଇଛି । ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ବନ୍ଦ୍ ଡାକରା ଦେଇଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା , ଯାହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଛି , ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ଗାଡ଼ି ମୋଟର ଚଳାଚଳ  ଦୋକାନ ବଜାର ବନ୍ଦ ରହିଛି । ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟ ବେଞ୍ଚ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ସ୍ଥାପନ ଭଳି ଅନେକ ଦାବି ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶା ବାସୀ ଦାବି କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଅଣଦେଖା କରି ଚାଲିଥିବା ଅଭିଯୋଗ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଯାହାରୀ ଫଳରେ ଆଜି ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ ଜୋର୍ ଧରୁଛି ।

Share

Leave a Reply

Your email address will not be published. Required fields are marked *

eight + 10 =