ଟ୍ରକ୍ ଟ୍ୟାଙ୍କର ଧକ୍କାରେ ଜଣେ ମୃତ

ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ସମ୍ବଲପୁର ରାସ୍ତାରେ ନିକଟସ୍ଥ ଏସ୍. ପତ୍ରାପାଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଟ୍ୟାଙ୍କର ଚାଳକ। ଏହି ଟ୍ୟାଙ୍କରେ ଥିବା ହେଲପରଙ୍କର ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ୟାଙ୍କର୍ ଚାଳକଙ୍କ ପରିଚୟ ମିଳିପାରିନାହିଁ।
ରାସ୍ତା ମଝିରେ ଏକ ଟ୍ରକ୍ ସହ ମୁହାଁମୁହିଁ ହେବା ପରେ ତେଲ୍ ଟ୍ୟାଙ୍କର ଜଳି ଯାଇ ଏପରି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଚଳାଚଳ ବନ୍ଦ ରଖିଛନ୍ତି । ସୂଚନା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତା ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର‌୍ୟ୍ୟ ଆରମ୍ଭ କରିଛନ୍ତି। ଟ୍ୟାଙ୍କର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଚାଳକଙ୍କ ସଂପର୍କରେ କିଛି ଏପର‌୍ୟ୍ୟନ୍ତ ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉଦ୍ଧାରକାର‌୍ୟ୍ୟ ଏବେ ବି ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

19 − 1 =