ନିକ୍ ଦେଲେ ୪୭ କୋଟିର ଗିପ୍ଟ

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ବହୁତ ଶୀଘ୍ର ପତି ପତ୍ନୀ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ମଧ୍ୟରେ ସେମାନେ ନିଜର ନୂତନ ଜୀବନର ଭବିଷ୍ୟତ ଯୋଜନାରେ ଲାଗି ପଡିଛନ୍ତି । ସୂଚନା ମୁତାବକ ନିକ ପ୍ରିୟଙ୍କାଙ୍କ ପାଇଁ ଲସ୍ ଆଞ୍ଜେଲସରେ ଘର କିଣି ସାରିଲେଣି । ଏହି ଆକର୍ଷଣୀୟ ଘରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାର ଦାମ୍ ପାଖାପାଖି ୪୭.୫୦ କୋଟି ଟଙ୍କା ବୋଲି ସୂଚନା ମିଳିଛି ।
୪୧୨୯ ବର୍ଗଫୁଟରେ ନିର୍ମିତ ଏହି ଘରେ ୫ଟି ବଖରା ରହିଛି । ଘର ଭିତରେ ଏକ ସୁଇମିଙ୍ଗ ପୁଲ ମଧ୍ୟ ରହିଛି । ଘରର ଇଂଟେରିଅର ଡିଜାଇନ ଖୁବ୍ ଆକର୍ଷଣୀୟ । ଘର ଭିତରେ ଏକ ବଗିଚା ଏହାର ସୌନ୍ଦର‌୍ୟ୍ୟକୁ ବର୍ଦ୍ଧିତ କରୁଛି । ବାଥରୁମ୍ ଠାରୁ ଗେଷ୍ଟ ରୁମ ପର‌୍ୟ୍ୟନ୍ତ ସବୁଠାରେ ଆକର୍ଷକ ନଜାରା ରହିଛି । ଏବେ ପ୍ରିୟଙ୍କାଙ୍କର ଅଧିକ ସମୟ ଆମେରିକାରେ କଟୁଛି । ତାଙ୍କୁ ହଲିଉଡ ପ୍ରିଜେକ୍ଟ ପାଇଁ ୟୁଏସରେ ରହିବାକୁ ପଡୁଛି । ଏବେ ସେ ସେହିଠାରେ ବିବାହ ମଧ୍ୟ କରିବେ ।
ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ହିନ୍ଦୁ ରୀତି ନୀତି ଅନୁସାରେ ନିକ ଏବଂ ପ୍ରିୟଙ୍କାଙ୍କର ନିର୍ବନ୍ଧ ସରିଛି । ଏହି ଅବସରରେ ନିକଙ୍କର ପିତାମାତା ମଧ୍ୟ ସାମିଲ ଥିଲେ । ତେବେ ପ୍ରିୟଙ୍କାଙ୍କାର ବିବାହ ଡ୍ରେସ୍ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରା ଯାଉଛି । ନିକଟରେ ନିଜ ବନ୍ଧୁଙ୍କ ବିବାହ ସମୟରେ ସେ ମନୀଷଙ୍କ ଦ୍ୱାରା ଡିଜାଇନ ହୋଇଥିବା ଡ୍ରେସ ପିନ୍ଧିଥିଲେ ।

Share

Leave a Reply

Your email address will not be published. Required fields are marked *

four × four =