ଗାଡି ଧକ୍କାରେ ଚାଲିଗଲା ୯ ଜଣଙ୍କ ଜୀବନ

ଛତିଶଗଡରେ ଦୁର୍ଘଟଣା ହୋଇ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି । ମିିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଅଚଂଳର ଗୋଟିଏ ପରିବାରର ସଦସ୍ୟ ଏକ ବୋଲେରୋ ଗାଡିରେ ଡଙ୍ଗରଗଡ ଅଚଂଳରେ ଥିବା ଏକ ମନ୍ଦିରକୁ ଠାକୁରଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ରାଜନନ୍ଦନ ଗ୍ରାମ ନିକଟରେ ଏକ ଟ୍ରକକୁ ଧକ୍କା ଦେବାରୁ ବୋଲେରୋ ମଧ୍ୟରେ ଥିବା ୯ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଛତିଶଗଡର ରାଜଧାନୀ ରାୟପୁରଠାରୁ ମାତ୍ର ୭୦ କିଲୋମିଟର ଦୂରରେ ଏହା ହୋଇଛି ।ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକ ସେଠାରେ ପହଚିଂ ଲୋକମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ୫୩ ନଂ ଜାତୀୟ ରାଜପଥରେ ସକାଳୁ ଗାଡିଟି ଡଙ୍ଗରଗଡ ଯାଉଥିବା ସମୟରେ ଏପରି ଦୁର୍ଘଟଣା ହୋଇଛି । ପରେ ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଚିଂଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

nine + eight =