ଆଜି ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ଆଜି ନିର୍ବାଚନ ଆୟୋଗ ତିନି ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ। ଏନେଇ ଆୟୋଗ ଆଜି ଅପରାହ୍ନ ୨.୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି ।

ମେଘାଳୟରେ ୨୦୧୮ ବିଧାନସଭା ନିର୍ବାଚନରେ ​​୬୦ଟି ଆସନ ପାଇଁ ୩୬୧ ଜଣ ପ୍ରାର୍ଥୀ ଲଢିଥିଲେ । ଗତ ନିର୍ବାଚନରେ ​​କଂଗ୍ରେସ ୨୧ଟି ଆସନ ସହ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବହୁମତ ହାସଲ କରିପାରିନଥିଲା। ଅନ୍ୟ ଦଳମାନଙ୍କ ସହ ମେଣ୍ଟ କରି ବିଜେପି ୩୪ ଜଣ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଥିଲା। ଏନପିପିର କନରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏନପିପି ୧୯ଟି ବିଧାନସଭା ଆସନ ଏବଂ ବିଜେପି ୨ଟି ବିଧାନସଭା ଆସନ ପାଇଥିଲା ।

ତ୍ରିପୁରାରେ ୨୦୧୮ ବିଧାନସଭା ନିର୍ବାଚନରେ ​​ବିଜେପି ବାମପନ୍ଥୀ ଦଳର ବହୁ ବର୍ଷର ଶାସନ ଶେଷକରି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିଥିଲା। ଗତ ବିଧାନସଭା ନିର୍ବାଚନରେ ​​ବିଜେପି ୬୦ଟି ସିଟ୍ ମଧ୍ୟରୁ ୩୬ଟି ଆସନରେ ବିଜୟୀ ହୋଇଥିଲା । ସିପିଆଇ (ଏମ୍) ମାତ୍ର ୧୬ଟି ଆସନରେ ସୀମିତ ରହିଥିଲା। ଆଇପିଏଫଟି ରାଜ୍ୟରେ ୮ଟି ସିଟ୍ ପାଇଥିଲା । ଏଥର ​​ବାମ ଦଳ ଏବଂ କଂଗ୍ରେସ ମିଳିତ ଭାବେ ନିର୍ବାଚନରେ ​​ଲଢିବେ ବୋଲି ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

19 − eight =