ସୌର ପମ୍ପରେ 90 ପ୍ରତିଶତ ରିହାତି

ଚାଷୀଙ୍କ ଉଦ୍ଦେଶ୍ୟରେ ଜଳନିଧି ଯୋଜନା ଲୋକାର୍ପିତ

ଭୁବନେଶ୍ବର () ଆପଣଙ୍କ ଚାଷଜମିକୁ ବିଜୁଳି ସଂଯୋଗ ନାହିଁ କି? ଯଦି ବିଦ୍ୟୁତ ସଂଯୋଗ ନାହିଁ ତେବେ ରାଜ୍ୟ ସରକାରଙ୍କ ଜଳନିଧି ଯୋଜନାର ସୁବିଧା ନିଅନ୍ତୁ । ବିଜୁଳି ସଂଯୋଗ ନଥିବାରୁ ଚାଷ ଜମି ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ ସୁଯୋଗ। ସୌର ଜଳନିଧି ନାଁରେ ନିଜସ୍ଵ ଯୋଜନାରେ ଚାଷୀମାନେ ଫାଇଦା ଉଠାଇ ପାରିବେ। ସୌର ପମ୍ପ ଲଗାଇ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ପମ୍ପ ଜରିଆରେ ୭ମିଟର ଗଭୀରତା ଯାଏ ପାଣି ଉଠିପାରିବ। ସୌର ପମ୍ପର ମୁଲ୍ୟ ୫୯ ହଜାର ୪୫୪ ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ୯୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି। ୦.୫ ଏଚ ପି ପମ୍ପର ଦାମ ୫୯ ହଜାର ୪୫୪ ଟଙ୍କା ରହିଥିବା ବେଳେ ସରକାର ୫୪ ହଜାର ଟଙ୍କା ସବସିଡି ଦେଉଛନ୍ତି। ସୌର ଜଳନିଧି ନାଁରେ ଏହି ନିଜସ୍ଵକୁ ଆଜି ସଚିବାଳୟରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶଷକରି ରାଜ୍ୟର ଯେଉଁ ଚାଷଜମିକୁ ବିଦ୍ୟୁତ ସଂଯୋଗ ନଥିବ ସେମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଯୋଜନା ପାଇଁ ମୋଟ ଵ୍ୟୟ ବରାଦ ୨୭ କୋଟି ଟଙ୍କା ରହିଥିବା ବେଳେ କୃଷି ବିଭାଗ ୧୮ କୋଟି ଓ ବିଜ୍ଞାନ କାରିଗରୀ ବିଭାଗ ୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଯୋଜନାରେ ୫ ହଜାର କୃଷକ ପ୍ରାୟ ୨୫ ଶହ ଏକର ଚାଷ ଜମି କୁ ଜଳସେଚନ ସୁବିଧା ଯୋଗାଇ ପାରିବେ। ଏହି ସୁବିଧା ପାଇଁ ପ୍ରଥମେ କୃଷକ ପରିଚୟ କାର୍ଡ଼ ଥିବା ଦରକାର। ପରେ  odishasolarpump.nic.in କୁ ଯାଇ ଆବେଦନ କରିବାକୁ ପଡିବ।

ଓଡିଶା ବର୍ଷକୁ 300 ଦିନ ସୂର୍ଯ୍ୟାଲୋକ ପାଇଥାଏ, ଯାହାକି ଦିନକୁ 5କିଲୋୱାଟ ଘଣ୍ଟା ସୌର ବିକିରଣ ଦେଇଥାଏ । ରାଜ୍ୟରେ ଭୂତଳ ଜଳ ବ୍ୟବହାରର ମଧ୍ୟ ଅନେକ ସୁବିଧା ରହିଛି । ରାଜ୍ୟରେ 90 ପ୍ରତିଶତରୁ ଅଧିକ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ସେମାନେ ସେଚକୂପରେ ସୌରଚାଳିତ ପମ୍ପ ଲଗାଇ 0.30 ରୁ 0.50 ଏକର ଜମିରେ ଖରିଫ ଓ ରବି ଋତୁରେ ପନିପରିବା ଚାଷ କରିପାରିବେ । ଯେଉଁ ଚାଷ ଜମିରେ ବିଦ୍ୟୁତ ସଂଯୋଗ ହୋଇପାରୁନି ସେହି ଚାଷ ଜମିରେ ଜଳସେଚନ ଓ ବହୁଳ ଚାଷ ପାଇଁ ରାଜ୍ୟ ସରକାର ସୌରଚାଳିତ ପମ୍ପ ପ୍ରଚାର ଓ ପ୍ରସାର ପାଇଁ ଏହି ଯୋଜନାର ଆରମ୍ଭ ହୋଇଛି ।

ସମୁଦାୟ 5000 କୃଷକ ପରିବାରର 25 ଶହ ଏକର ଚାଷ ଜମିକୁ ନିଶ୍ଚିତ ଜଳସେଚନ ସହିତ ରୋଜଗାର ସୃଷ୍ଟି ହେବ । ଏହି ଯୋଜନାର ଖର୍ଚ୍ଚ ସେମାନଙ୍କ ଅଂଶଧନ ସହ କୃଷି ବିଭାଗ ଓ           ବିଜ୍ଞାନ କାରିଗରି ବିଭାଗର ମିଳିତ ଆର୍ଥିକ ସହାୟତାରେ ଉଦ୍ଦିଷ୍ଟ । ଏହି ଯୋଜନାରେ ବର୍ଷକୁ 1.52 ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବା ସହ ଅତି ବେଶିରେ ତିନୋଟି ଫସଲ କରାଯାଇପାରିବ । ରାଜ୍ୟର ସବୁ ଜିଲ୍ଲାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ଶକ୍ତି ଅଭାବ ଅଂଚଳରେ ଏହାକୁ କାର୍ଯ୍ୟକାରୀ କରାଯିବ । ପରବର୍ତ୍ତି ପର୍ଯ୍ୟାୟରେ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ଏଥିରେ ଚାଷୀମାନେ 90 ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

12 + 12 =