ନକଲି ମେଡିସିନ ମାମଲାର ଶୁଣାଣୀ ଘୁଞ୍ଚିଲା

ଭୁବନେଶ୍ୱର: ନକଲି ମେଡିସିନ କାରବାରକୁ ନେଇ ୪ଜଣଙ୍କ ନାମରେ ହୋଇଥିବା ମାମଲାର ଶୁଣାଣୀ ଘୁଞ୍ଚିଲା । ଦୌରାଜଜ କୋର୍ଟରେ ଶୁଣାଣୀ ଆସନ୍ତା ୫ ତାରିଖକୁ ଘୁଞ୍ଚିଲା । କ୍ରାଇମବ୍ରାଞ୍ଚ କେସ ଡାଏରୀ ଦେଇନପାରିବାରୁ ଶୁଣାଣୀ ଘୁଞ୍ଚିଥିବା ସୂଚନା ମିଳିଛି । ସୂଚନା ଥାଉକି, ବିପୁଳ ପରିମାଣରେ ରାଜ୍ୟରେ ଜବତ ହୋଇଥିଲା ନକଲି ମେଡିସିନ । କରୋନା ସମୟରେ ଲୋକଙ୍କଠାରୁ ମୋଟା ଅଙ୍କରେ ଟଙ୍କା ନେଇ ବିକୁଥିଲେ ମେଡିସିନ । କମ ଟଙ୍କାରେ ବାହାର ରାଜ୍ୟରୁ ମେଡିସିନ ଆଣି ବିକ୍ରି କରୁଥିବା ବେଳେ ଏସଟିଏଏଫ ଚଢ଼ାଉ କରିଥିଲା । ମେଡିକାଣ୍ଟ ମେଡିକେୟାର କମ୍ପାନୀରେ ଚଢ଼ାଉ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

eight + 8 =