ରାଜଧାନୀରେ କାଳବୈଶାଖୀର ତାଣ୍ଡବ, ଅଧା ଭୁବନେଶ୍ବର ଅନ୍ଧାର

ଭୁବନେଶ୍ବର () ଗତ ଚାରି ଦିନ ହେଲା ଅସହ୍ୟ ଗୁଳୁଗୁଳି ଓ ରୌଦ୍ରତାପ ଯୋଗୁଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା  । କେବଳ ଭୁବନେଶ୍ବର ନୁହେଁ ମୟୁରଭଂଜ, ବାଲେଶ୍ବର, କଟକ, ଭଦ୍ରକ, ବଲାଙ୍ଗିର, ଟିଟଲାଗଡ ଆଦି ସହରରେ ମଧ୍ୟ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି  । ରାଜ୍ୟକୁ ମୌସୁମୀ ପ୍ରବେଶ କରିସାରିଥିଲେ ବି ବର୍ଷାର ଦେଖା ଦର୍ଶନ ନାହିଁ  । ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଆସନ୍ତା 25ରେ ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହେବ  । ତେବେ ଆଜି ସନ୍ଧ୍ୟାରେ ରାଜଧାନୀ ସମେତ ଆଖପାଖ ଅଂଚଳରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି  । ରାଜଧାନୀର ବହୁ ବଡ ବଡ ଦ୍ରମ ଟଳି ପଡିଥିଲା ବେଳେ ଗଛ ଡାଳ ବିଦ୍ୟୁତ ତାର ଉପରେ ପଡିଯାଇଥିବାରୁ ଅଧାରୁ ଅଧିକ ରାଜଧାନୀ ଅନ୍ଧାରରେ ରହିଛି  ।

Share

Leave a Reply

Your email address will not be published. Required fields are marked *

18 − seventeen =