ପ୍ଲାଷ୍ଟିକ ଦିଅ ଆହାର ଖାଅ

ଭୁବନେଶ୍ୱର: ସ୍ୱଚ୍ଛତା ରକ୍ଷା ଏକ ସାମୁହିକ ଦାୟିତ୍ୱ । ଏହାକୁ ସରକାର ଏବଂ ନାଗରିକଙ୍କ କ୍ଷୁବ୍ଧ ଦାୟିତ୍ୱ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପରିବାରରୁ ଆରମ୍ଭ କରି ପ୍ରତ୍ୟେକ ଜନପଥରେ ବର୍ଜ୍ୟର ଭାର ବଢ଼ୁଥିବାର ସଙ୍କେତ ପରିବେଶକୁ ଚେତାବନୀ ଦେଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ଏକ ନୂଆ ରଣନୀତି ସ୍ୱରୂପ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାକୁ ଲୋକାଭୀମୁଖି କରିବାର ପଦକ୍ଷେପ ନେଇଛନ୍ତି ।

ପ୍ଲାଷ୍ଟିକ ବର୍ଜ୍ୟକୁ ଉପଯୁକ୍ତ ମୂଲ୍ୟଦେଇ ଏହା ବଦଳରେ ଆହାର ଭୋଜନ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଆସନ୍ତା ୧୬ ଡିସେମ୍ବରରୁ ମହାନଗର ନିଗମାଞ୍ଚଳରେ ସେବା ଯୋଗାଉଥିବା ସମୁଦାୟ ୧୧ଟି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବଦଳରେ ଆହାର ଭୋଜନ ମିଳିବାର ଶୁଭାରମ୍ଭ ହେବ ।

ବିଏସି, ୟୁଏନଡିପି ଓ ଟଚଷ୍ଟେନ୍ ଫାଉଣ୍ଡେସନର ମିଳିତ ପଦକ୍ଷେପରେ କରାଯିବାକୁ ଥିବା ଏହି ଭିନ୍ନ ଧରଣର ବର୍ଜ୍ୟ ସଂଗ୍ରହ ପଦ୍ଧତିକୁ ସ୍ଥାନୀୟ କଳ୍ପନା ଆହାର କେନ୍ଦ୍ର (ରାଜ୍ୟ ମ୍ୟୁଜିୟମ ସାମ୍ନା) ଦିବା ୧୦.୪୫ ମିନିଟରେ ଶୁଭାରମ୍ଭ ହେବ ।

ଆଜିର ଦିନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ବିଶେଷ କରି ଏକକ ବ୍ୟବହାରଯୁକ୍ତ, ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ପରିବେଶକୁ ରାସାୟନିକ ବିଷାକ୍ତୀକରଣ କରିଦେବା ଏବଂ ରାସ୍ତା, ନାଳ, ନଦୀ ଓ ଜଳାଶୟ ଇତ୍ୟାଦି ରୋଗଜୀବାଣୁ ବ୍ୟାପିବା, ବୁଲା ପ୍ରାଣୀ ଓ ପଶୁ ପ୍ଲାଷ୍ଟିକ୍ ଭକ୍ଷଣ କରିବା ଖୁବ ଦୁଃଖଦାୟକ ।
ତେଣୁ ସ୍ୱଚ୍ଛତାର ଅଭ୍ୟାସ ଆପଣେଇବା ପାଇଁ ବିଏମସି କର୍ତ୍ତୃପକ୍ଷ ପ୍ରତ୍ୟେକ ଆହାର କେନ୍ଦ୍ରଠାରେଖୋଲିବେ ପ୍ଲାଷ୍ଟିକ ବଦଳରେ ଆହାର ଭୋଜନ । ଅଧକେଜି ପ୍ଲାଷ୍ଟିକ ଦେଇ ନାଗରିକ ଏକ ଆହାର ମିଲ୍ ଖାଇବାର ସୁବିଧା ସମସ୍ତ ଆହାର କେନ୍ଦ୍ରରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

twelve − 9 =