ରାଜ୍ୟରେ ଆଉ ୬୦ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବରଗଡ ଜିଲାରୁ ସର୍ବାଧିକ ୧୩ ମୃତକ ରହିଛନ୍ତି। ଏଥିସହିତ କଟକ ଜିଲାରୁ ୧୧ ଓ ବଲାଙ୍ଗିରରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଦେବଗଡ ଜିଲାରୁ ୪, ଢେଙ୍କାନାଳ ଓ ଯାଜପୁର ଜିଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନୁଗୁଳ, ଜଗତସିଂହପୁର ଓ ସମ୍ବଲପୁର ଜିଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଓ ଝାରସୁଗୁଡା ଜିଲାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିବାବେଳେ ଭଦ୍ରକରେ ଜଣେ ରୋଗୀଙ୍କର ଜୀବନ ଯାଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

four × three =