ଶପଥ ନେଲେ ବୋମାଇ

ବାଙ୍ଗାଲୋର:କର୍ଣ୍ଣଟାକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ଆଜି ରାଜ୍ୟପାଳ ତାଙ୍କୁ ଶପଥପାଠ କରାଇଛନ୍ତି । ଗୋପନୀୟତାର ସହ ହୋଇଛି ଶପଥପାଠ । ତେବେ ଆଗାମୀଦିନରେ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ । କର୍ଣ୍ଣାଟକରେ ବିଏ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକରେ ବାସବରାଜ ବୋମାଇଙ୍କୁ ମୂଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ବେଙ୍ଗାଲୋର ଠାରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥିରେ ବିଧାୟକ ଦଳ ସହ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ ବାସବରାଜ ବୋମାଇଙ୍କ ନାମରେ ମୋହର ମାରିଥିଲେ ।

Share

Leave a Reply

Your email address will not be published. Required fields are marked *

11 + 5 =