ଶ୍ରୀଲଙ୍କା ବିପକ୍ଷରେ ଆଜି ଦ୍ୱିତୀୟ ଟି-୨୦ ଖେଳିବ ଭାରତ

କଲମ୍ବୋ: ଆଜି ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଦ୍ୱିତୀୟ ଟି-୨୦ । ଗତକାଲି ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ ଦଳର ଅଲରାଉଣ୍ଡର କୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯେଉଁ କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏହି ମ୍ୟାଚ୍ ବୁଧବାର ରାତି ୮ଟାରେ ଖେଳାଯିବ। କ୍ରୁନାଲଙ୍କ ସହ ମିଶିଥିବା ଭାରତୀୟ ଦଳର ୮ ଜଣଙ୍କୁ ସେମାନଙ୍କ ହୋଟେଲ କୋଠରୀରେ ଏକାନ୍ତବାସରେ ରହିବାକୁ କୁହାଯାଇଛି। ସେମାନଙ୍କ ନାମ ପ୍ରକାଣ କରା ଯାଇନଥିଲେ ହେଁ କୁହାଯାଇଛି ଯେ ଅଧିକାଂଶ ହେଉଛନ୍ତି ଖେଳାଳି। ମଙ୍ଗଳବାର ସକାଳୁ କ୍ରୁନାଲଙ୍କ ତଣ୍ଟି ଦରଜ ହେବାରୁ ତାଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରା ଯାଇଥିଲା। ଏହି ରିପୋର୍ଟ ପଜିଟିଭ୍ ଆସିବାରୁ ତୁରନ୍ତ ଆର୍ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା। ଏହାର ଫଳ ମଧ୍ୟ ପଜିଟିଭ୍ ଆସିଛି।

Share

Leave a Reply

Your email address will not be published. Required fields are marked *

three − three =