୧୬ ଯାଏଁ ବର୍ଷିବ

ଭୁବନେଶ୍ବର()  ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷିବ । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି । ଆଜି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଆସନ୍ତାକାଲି ବଲାଙ୍ଗୀର, ନୂଆପଡ଼ା, କାଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଆଦି ଜିଳ୍ଲାରେ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ରହିବ ବୋଲି ପୂର୍ବାନୁମାନ ହୋଇଛି।

କୃଷକମାନଙ୍କୁ ସେ ସମୟରେ ବିଲକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯାଇ ମତ୍ସ୍ୟ ଧରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ମନା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

five × 4 =