ଗାଈଚରାଳିରୁ କଲମ୍ବିଆର ରାଷ୍ଟ୍ରପତି ହେଲେ ହାଚିଣ୍ଡା ହିଚିଲିମା

ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ରହିଛି ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି । ଦୃଢ଼ ଇଚ୍ଛା ଶକ୍ତି ଆଉ କିଛି କରିବା ମନବୃତି ଥିଲେ ମଣିଷ ଦିନେ ନା ଦିନେ ସଫଳତାର ସିଡି ଚଢ଼ିଥାଏ । ଯାହାର ଅନେକ ମୁକସାକ୍ଷୀ ମଧ୍ୟ ରହିଛି । ତେବେ ପୁଣି ଏଭଳି ଘଟଣାର ହୋଇଛି ପୁନରାବୃତି । ଦୃଢ଼ ଇଚ୍ଛାଶକ୍ତି ଶେଷରେ ଦେଇଛି ସଫଳତା । ହାକିଣ୍ଡା ହିଚିଲିମା । ଆଫ୍ରିକୀୟ ଦେଶ ଜାମ୍ବିଆର ରାଷ୍ଟ୍ରପତି ହେବା ଲାଗି ତାଙ୍କର ଥିଲା ଇଚ୍ଛା । ତେବେ ସେ ୫ଥର ନିର୍ବାଚନ ଲଢ଼ିଥିଲେ ସୁଦ୍ଧା ପରାଜୟ ବରଣ କରିଥିଲେ । ତଥାପି ସେ ମଇଦାନରୁ ଓହ୍ଲାଇ ନଥିଲେ । ଆଉ ଶେଷରେ ଷଷ୍ଠଥର ଲାଗି ନିର୍ବାଚନ ୫୦ ପ୍ରତିଶତରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ହିଚିଣ୍ଡା ହିକିଲିମାଙ୍କ ସଂଘର୍ଷ ଥିଲା ବେଶ ରୋଚକ । ସାମାନ୍ୟ ଜଣେ ଗାଇ ଚରାଳିରୁ ସେ ଆଜି ହୋଇଛନ୍ତି ଜାମ୍ବିଆର ରାଷ୍ଟ୍ରପତି ।

ଆଫ୍ରିକୀୟ ଦେଶ ଜାମ୍ବିଆର ବରିଷ୍ଠ ବିରୋଧୀ ଦଳର ନେତା ହାକେଣ୍ଡା ହିଚିଲିମା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛି । ତାଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି । ହିଚିଲେମା ବିଜୟୀ ହୋଇଥିବା ନେଉ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଇସାଉ ଚୁଲୁ ଘୋଷଣା କରିଥିଲେ । ଏହାପୂର୍ବରୁ ସୋମବାର ଦେଶର ୧୫୬ ନିର୍ବାଚନମଣ୍ଡଳୀର ୧୫୫ଟିର ଫଳାଫଳ ଘୋଷଣା କରାଯାଇଥିଲା । ପେଶାରେ ଓକିଲ ଥିବା ହିଚିଲେମା ଷଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଥିଲେ ।

Share

Leave a Reply

Your email address will not be published. Required fields are marked *

six + 2 =