ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତି ସ୍କିମ ଜାରି ରହିବ

ନୂଆଦିଲ୍ଲୀ () କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାୟୋଜିତ ଯୋଜନା “ଭାରତରେ ପଢ଼ୁଥିବା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ଲାଗି ମାଟ୍ରିକ ପରବର୍ତୀ ଛାତ୍ରବୃତି’ (ପିଏମଏସ-ଓବିସି)ରେ ସଂଶୋଧନ କରିବା ଏବଂ ଏହାକୁ ଆଗକୁ ଜାରି ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ବର୍ଷ ଲାଗି ଏହାକୁ ଜାରି ରଖାଯିବ । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ମଞ୍ଜୁରି ଦେଇଛନ୍ତି ।

ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଏବଂ ଉତମ ଅନୁଧ୍ୟାନ ସୁନିଶ୍ଚିତ କରିବା ଲାଗି ପିଏମଏସ-ଓବିସି ଯୋଜନାରେ ସଂଶୋଧନ କରାଯାଇଛି  । ଏଥିପାଇଁ ମାତା-ପିତାଙ୍କ ବାର୍ଷିକ ଆୟକୁ ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୧.୫ ଲକ୍ଷ ଟଙ୍କା କରାଯିବ । ୩୦ ପ୍ରତିଶତ ଆବଂଟିତ ଅର୍ଥ ଛାତ୍ରଛାତ୍ରୀଙ୍କ ଲାଗି ରଖାଯିବ । ଅନ୍ୟପଟେ ୫ ପ୍ରତିଶତ ଅର୍ଥ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ହେବ ।  ଛାତ୍ରବୃତି ଅର୍ଥର ବିତରଣ ଆଧାର ସହ ଯୋଡ଼ି ହୋଇଥିବା ବ୍ୟାଙ୍କ ଖାତା ଜରିଆରେ କରାଯିବ ।  ଏହା ଏକ ଅର୍ଥରାଶି ଆଧାରିତ ଯୋଜନା ହୋଇଥିବାରୁ କେନ୍ଦ୍ରୀୟ ସହାୟତା ଜାତୀୟ ଆବଂଟନ ଅନୁସାରେ ଜାରି କରାଯିବ । ଅର୍ଥରାଶି ଜାରି କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଉପରେ ଦାୟିତ୍ବର ଅବଧାରଣା ଲାଗୁ ହେବ ନାହିଁ । ଏହି ଯୋଜନା ପାଇଁ ଆନୁମାନିକ ବ୍ୟୟ ୩,୦୮୫ କୋଟି ଟଙ୍କା ହେବ ।

ସଂଶୋଧିତ ଯୋଜନାରେ ବୃହତ ସଂଖ୍ୟାରେ ସେହି ଯୋଗ୍ୟ ଏବଂ ଗରିବ ଓବିସି ଛାତ୍ରଛାତ୍ରୀଙ୍କ ଉପରେ ଲାଗୁ ହେବ ଯେଉଁମାନେ ଉଚ୍ଚତର ଗବେଷଣା ଜାରି ରଖିବା ଲାଗି ସମର୍ଥ ହେବେ । ପ୍ରଭାବୀ କାର୍ଯ୍ୟକାରୀତା ସୁନିଶ୍ଚିତ କରିବ, କପି ଉପରେ ଅଂକୁଶ ଲାଗିବ ଏବଂ ଉତମ ନିରୀକ୍ଷଣ ସୁନିଶ୍ଚିତ କରିବ ।

Share

Leave a Reply

Your email address will not be published. Required fields are marked *

twelve − twelve =