ଓମଫେଡ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା

ଭୁବେନଶ୍ବର: ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ଲୋକଙ୍କଠାରୁ ପ୍ଲାଷ୍ଟିକ୍ ବୋତଲ ଓ ଓମଫେଡ୍ ଜରି ସଂଗ୍ରହ କରିବେ ା । ଏ ନେଇ ଆଜି ସଚ୍ଚିବାଳୟରେ ବସିଥିବା ବୈଠକ ପରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ଆଜି ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତା ପରିବେଶ ପ୍ରଦୂଷଣ ରୋକିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ ବ୍ୟବହାରରେ ପରିବେଶ ପ୍ରଦ୍ୟୁଷଣକୁ ନେଇ ଉଦବେଗ ପ୍ରକାଶ ପାଇଛି । । ଏହାକୁ ନିୟନ୍ତ୍ରଣ କରିବାପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ନିୟମ ଅଣାଯିବ । ୨ ସପ୍ତାହ ମଧ୍ୟରେ ଆଇନର ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଓମଫେଡ୍ ଜରି ଓ ପାଣି ବୋତଲ ସଂଗ୍ରହ କରିବାପାଇଁ ଏଜେଂଟ ନିଯୁକ୍ତି କରିବାକୁ ନିଷ୍ପତି ହୋଇଛି । ଏଥିପାଇଁ ଟଙ୍କା ମଧ୍ୟ ମିଳିବ । ଅଗଷ୍ଟ ଶେଷ ସୁଦ୍ଧା ଜନସାଧାରଣଙ୍କୁ ଏନେଇ ସୂଚନା ଦିଆଯିବ । ତେବେ ଏହି ପ୍ରସ୍ତାବ ଉପରେ ନିଜର ମତାମତ ରଖିବାକୁ ଜନସାଧାରଣଙ୍କୁ ୧୫ ଦିନ ସମୟ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହା ସହିତ ଜନସଚେତନା କାର୍ଯ୍ୟକ୍ରମ ଓ ଜରି ସଂଗ୍ରହ କରିବାକୁ ବିଭିନ୍ନ ସଂଗ୍ରହ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ଅକ୍ଟୋବର ୨ରୁ ୫ଟି ମ୍ୟୁନ୍‌ସିପାଲଟି କର୍ପୋରେସନ୍‌ରେ ପ୍ରଥମେ ଏହି ଆଇନ ଲାଗୁ କରାଯିବ । ପ୍ରଥମେ ପୁରୀରେ ପ୍ଲାଷ୍ଟିକ୍ ନିଷେଧ ନିୟମ ଲାଗୁ ହେବ ଏବଂ ଏହା ପରେ ରାଜ୍ୟବ୍ୟାପୀ ପର୍ୟ୍ୟାୟ କ୍ରମେ ଜାରି କରାଯିବ ବୋଲି ପରିବେଶ ବିଭାଗ ସଚିବ କହିଛନ୍ତି । ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ସରକାର ପରିବେଶ ପ୍ରଦୂଷଣ ରୋକିବାକୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ରୋକ ଲଗାଇବା ପରେ ଏବେ ଓଡ଼ିଶା ସରକାର ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

nineteen − fifteen =