୨% ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନଟ୍‌ ବୈଠକରେ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ତେବେ ମହଙ୍ଗା ଭତ୍ତା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିକ ୬,୧୧୨.୦୩ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।  ଏହି ବର୍ଦ୍ଧିତ ଭତ୍ତା ଜୁନ୍‌ ୧ରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୪୮.୪୧ ଲକ୍ଷ କର୍ମଚାରୀ ଓ ୬୨.୦୩ ଲକ୍ଷ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ।

 

Share

Leave a Reply

Your email address will not be published. Required fields are marked *

4 × four =