OMG! ବି-ଗ୍ରେଡ ଫିଲ୍ମରୁ ସଂସ୍କାରୀ ବୋହୁ

ମୁମ୍ବାଇ () ବଲିଉଡରେ କ୍ୟାରିୟର ବଡ ଅଜବ । ଯେତେବେଳେ କୌଣସି ଅଭିନେତା କି ଅଭିନେତ୍ରୀଙ୍କ ଖରାପ ସମୟ ଚାଲିଥାଏ, ସେତେବେଳେ ଏମିତି କାମ କରିବାକୁ ପଡେ ଯାହାକୁ କେବେ ଅଭିନେତ୍ରୀମାନେ ଚିନ୍ତା ବି କରିନଥିବେ । ଆମେ ଆପଣଙ୍କୁ ଟିଭି ପରଦାର ଏମିତି କିଛି ସଂସ୍କାରୀ ବୋହୁଙ୍କ କଥା କହିବାକୁ ଯାଉଛୁ ଯେଉଁମାନେ ବି-ଗ୍ରେଡ ସିନେମାରେ କାମ କରିସାରିଛନ୍ତି । ଟିଭି ସିରିୟଲର ସେହି ସଂସ୍କାରୀ ବୋହୁଙ୍କ ନାଁ ଶୁଣିଲେ ଆପଣଙ୍କର ବି ହୋସ ଉଡିଯିବ ।

ସନା ଖାନ – ସନା ଖାନ ରିୟଲିଟି ଟିଭି ସୋ ବିଗ ବସରେ ଜଣେ ପ୍ରତିଯୋଗୀ ଥିଲେ । ସେଠାରେ ତାଙ୍କୁ ବହୁ ସୁନାମ ମିଳିଛି । ଟିଭିରେ ଏକ ଲୋକପ୍ରିୟ ଚେହେରା ହେବା ପରେ ସେ ଆଡଲ୍ଟ ସିନେମା ମଧ୍ୟ କରିଛନ୍ତି ।

ଉର୍ବଶୀ ଢୋଲକିଆ – ଟିଭି ସିରିୟଲ କସୌଟି ଜିନ୍ଦେଗୀରେ ସେ ଘରେ ଘରେ ପରିଚିତ । ଏହାଛଡା ସେ ଆହୁରି ଅନେକ ସିରିୟଲରେ କାମ କରିଛନ୍ତି । କିନ୍ତୁ ଫେମସ ହେବା ପୂର୍ବରୁ ସେ କ୍ୟାରିୟର ଗଢିବାକୁ ବହୁତ ଷ୍ଟ୍ରଗଲ କରିଛନ୍ତି । ବି-ଗ୍ରେସ ସିନେମାରୁ ସେ ନିଜର ରଙ୍ଗୀନ ପରଦାର କ୍ୟାରିୟର ଆରମ୍ଭ କରିଥିଲେ ।

ଅର୍ଚ୍ଚନା ପୁରଣସିଂ – କମେଡି ସର୍କସର ଜଜ ଭାବେ ଅର୍ଚ୍ଚନା ବହୁ ବର୍ଷରୁ କାମ କରୁଛନ୍ତି । ସେ ସିନେମା ଓ ଟିଭି ପରଦାରେ ବେଶ ଜଣାଶୁଣା । କିନ୍ତୁ ସେ ମଧ୍ୟ ପଇସା ରୋଜଗାର ପାଇଁ ବି-ଗ୍ରେଡ ସିନେମାରେ କାମ କରିଛନ୍ତି ।

ସମ୍ଭାବନା ସେଠ୍ – ବିଗ ବସ ସିଜିନ-2ରେ ସେ ଜଣେ ପ୍ରତିଯୋଗୀ ଥିଲେ । କିନ୍ତୁ ସେଠାରୁ ସେ ଶୀଘ୍ର ବାହାରି ଆସିଥିଲେ । ସମ୍ଭାବନା ଭୋଜପୁରୀ ସିନେମାରେ ବି କାମ କରିଛନ୍ତି । କିନ୍ତୁ ସିନେମା ଓ ସିରୟଲ ପୂର୍ବରୁ ସେ ବି-ଗ୍ରେଡ ଏପରିକି ଅଶ୍ଲିଳ ସିନେମାରେ ମଧ୍ୟ କାମ କରିଛନ୍ତି ।

ରଶ୍ମୀ ଦେଶାୟୀ – ରଶ୍ମୀଙ୍କୁ ମେଡଲିଂର ବହୁ ଆଗ୍ରହ ଥିଲା । ଯେଉଁଥିପାଇଁ ସେ କିଛି କରିବାକୁ ରାଜିଥିଲେ । ଏଭିତରେ ତାଙ୍କୁ ଅନେକ ଭୋଜପୁରୀ ସିନେମାରେ କାମ କରିବାକୁ ସୁଯୋଗ ମିଳିଛି । କିନ୍ତୁ ସେ ସବୁ ଥିଲା ବି-ଗ୍ରେଡର । ତାଙ୍କୁ କିଛି ତାମିଲ ଫିଲ୍ମରେ ବି କାମ କରିବାକୁ ସୁଯୋଗ ମିଳିଛି । କିନ୍ତୁ ସେସବୁ ମଧ୍ୟ ଥିଲା ବି-ଗ୍ରେଡର ।

Share

Leave a Reply

Your email address will not be published. Required fields are marked *

two × 4 =