ଆତଙ୍କବାଦୀ ସହ ମୁହାଁମୁହିଁରେ ୪  ପୁଲିସ୍‌ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁରେ  ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ୍‌ କମାଣ୍ଡର ଅଲତାଫ୍‌ ଅହମ୍ମଦ ଦାର ଓ ତା’ ସହଯୋଗୀ ଉମର ରଶିଦ୍‌ ୱାନି ନିହତ ହୋଇଥିବା ବେଳେ ସୋପିଆନ୍‌ ଆତଙ୍କୀ ହମ୍‌ଲାରେ ୪ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି।ସୂଚନା ଅନୁଯାୟୀ, ସୋପିଆନ୍‌ର ଅରହାମ୍‌ ଫଳ ବଜାର ନିକଟରେ ୪ ଜଣ ପୁଲିସ୍‌ କର୍ମଚାରୀ ସେମାନଙ୍କ ଗାଡ଼ି ମରାମତି କରୁଥିଲେ। ଏହି ସମୟରେ କିଛି ସଶସ୍ତ୍ର ଆତଙ୍କବାଦୀ ସେମାନଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ୨ ଜଣ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

2 + twelve =