ସଡ଼କ ଦୁର୍ଘଟଣାରେ ଜୁନିଅର ଏନ୍‌ଟିଆର୍‌ଙ୍କ ବାପା ମୃତ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପର୍‌ଷ୍ଟାର୍ ଜୁନିଅର ଏନ୍‌ଟିଆର୍‌ଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶଳା ନନ୍ଦମୁରୀ ହରିକୃଷ୍ଣାଙ୍କର  ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ସେ ବି ଜଣେ ଲୋକପ୍ରିୟ ଫିଲ୍ମ ଅଭିନେତା ଥିବା ସହିତ ସେ ଟିଡିପିର ଜଣେ ନେତା ମଧ୍ୟ ଥିଲେ। ଆଜି ସକାଳେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ନେଲ୍ଲୋରରୁ ହାଇଦ୍ରାବାଦ୍ ଫେରୁଥିବା ବେଳେ ନନ୍ଦମୁରୀ ହରିକୃଷ୍ଣାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Share

Leave a Reply

Your email address will not be published. Required fields are marked *

1 × four =