ଭାରତରେ ମୃତ୍ୟୁ ସଂଖ୍ୟା ୬୫୦କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ପାର କରିଛି। ଏପ୍ରିଲ ୨୨ ମଧ୍ୟରାତ୍ରୀ ସୁଦ୍ଧା ଏହା ୨୦୪୭୧ରେ ପହଞ୍ଚିଥିଲା । ଏହା ସହ ମୃତ୍ୟୁ ସଂଖ୍ୟା ୬୫୦ରୁ ଅଧିକ ହେଲାଣି । କେନ୍ଦ୍ର ସରକାର ଡାକ୍ତରଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷର ଜେଲ୍‌ଦଣ୍ଡ ହୋଇପାରେ । ଏହା ସହ ୫ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ପଡିବ ।

ଡାକ୍ତର ନର୍ସ ଓ ପାରାମେଡିକାଲ୍‌ ଷ୍ଟାଫ୍‌ଙ୍କୁ ଆକ୍ରମଣ କଲେ ସରକାର ଏହାକୁ ବରଦାସ୍ତ କରିବେ ନାହିଁ । ମହାମାରୀଠାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଏମାନେ କାମ କରୁଛନ୍ତି । ଏମାନଙ୍କ ଉପରେ ଆକ୍ରମଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + 13 =