ଜୁଲାଇ ୩୧ରେ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିଲେ । ମୂଲ୍ୟାୟନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏଥିପାଇଁ ସିବିଏସଇ ଏକ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିର ସୁପାରିଶ ଆଧାରରେ ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ ହୋଇଛି । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

୧୩ ଜଣିଆ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି ସିବିଏସଇ ବୋର୍ଡ । ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର ରେଜଲ୍ଟ ଆଧାରରେ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ କରାଯିବ । ଏହାସହ ସିବିଏସଇ କହିଛି, ରେଜଲ୍ଟରେ ଅସନ୍ତୋଷ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନେଇ ପରେ ଅଲଗା ବ୍ୟବସ୍ଥା କରାଯିବ ।
କେମିତି ମୂଲ୍ୟାୟନ ହେବ ବିସ୍ତୃତ ଭାବରେ କୋର୍ଟଙ୍କୁ ଅବଗତ କରିଛି ସିବିଏସଇ । ଦଶମ ଶ୍ରେଣୀରେ ୫ଟି ବିଷୟରୁ ୩ଟିରେ ସବୁଠୁ ଭଲ ନମ୍ବରକୁ ମାନଦଣ୍ଡ ଭାବରେ ବିଚାର କରାଯିବ । ସେହିପରି ଏକାଦଶ ଶ୍ରେଣୀର ପାଞ୍ଚଟି ବିଷୟର ମାର୍କକୁ ଆଭରେଜ୍ ଭାବରେ ନିଆଯିବ । ଦ୍ୱାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା ଓ ପ୍ରାକ୍ଟିକାଲ୍ ନମ୍ବରକୁ ବିଚାରକୁ ନିଆଯିବ ।

Share

Leave a Reply

Your email address will not be published. Required fields are marked *

20 − sixteen =