ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଥାପିଛନ୍ତି ମୋଦୀ । ବହୁ ବାଦ ବିବାଦ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେ । ସାଧାରଣ କର୍ମକର୍ତ୍ତାରୁ ପରବର୍ତ୍ତୀ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଉ ଏବେ ଭାରତର ପ୍ରଧାନମନ୍ତ୍ରୀ । ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦୀ । ତାଙ୍କ ସଂଘର୍ଷମୟ କାହାଣୀ ଯିଏ ବି ଶୁଣିବ ସେ ବାଃ ବାଃ କହିବ । ତେବେ ନୂତର ଭାରତର ବିଶ୍ୱକର୍ମା କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 1 =