ଏକ୍ସ-ୱାଇ-ଜେଡର ବି-ଟିମ ନୁହଁ, ଆମେ ରାଜ୍ୟ ଟିମ

ଭୁବନେଶ୍ୱର () ଜାତୀୟ ରାଜନୀତିରେ ନୂଆ ସମିକରଣର ମୂଳଦୁଆ ପଡିଲା । ଓଡିଶା ଓ ତେଲେଙ୍ଗାନା ଦୁଇ ରାଜ୍ୟର ଦୁଇ ସଫଳ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ କେସିଆର ଯୋଡି ଏହି ସମ୍ଭାବନାର ସୃଷ୍ଟି ହୋଇଛି । ଏଥିସହ ନବୀନ ଆଜି ସ୍ପଷ୍ଟ କରିଛନ୍ତି ଯେ, ବିଜେଡି କି ଟିଆରଏସ କାହାର ବି-ଟିମ ନୁହଁନ୍ତି, ଏହା ରାଜ୍ୟ ଦଳ ।

ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆଜି ନବୀନଙ୍କୁ ତାଙ୍କ ବାସଭବନରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୁଇ ରାଜ୍ୟର କୃଷକ ନୀତି ସହ ପୋଲାଭରମ ଓ ଜାତୀୟ ରାଜନୀତି ନେଇ ପ୍ରାୟ ଅଧଘଣ୍ଟା ଆଲୋଚନା ହୋଇଥିଲା ।

ଏହି ଅବସରରେ ନବୀନ କହିଥିଲେ ଯେ, ସମଭାବାପନ୍ନ ଦଳ ଗୁଡ଼ିକର ବନ୍ଧୁତ୍ୱକୁ ଆଗକୁ ନେବାର ଆଛି । ଆଗାମୀ ଦିନରେ ପୁଣି ଥରେ ସେମାନେ ଏକାଠି ହେବେ । ସେ କେସିଆରଙ୍କୁ ତାଙ୍କ ସଫଳତା ପାଇଁ ପ୍ରଶଂସା କରିଥିଲେ ।

ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ କେସିଆର କହିଥିଲେ ଯେ, ଦେଶରେ ଅଣକଂଗ୍ରେସ ଓ ଅଣବିଜେପି ଶକ୍ତିମାନେ ଏକାଠି ହେବାର ଆବଶ୍ୟକତା ରହିଛି । ଏବେ ଦେଶ ଏକ ବିକଳ୍ପ ସମ୍ଭାବନା ଖୋଜୁଛି । ବିଜେଡି ସହ ସେହି ଦିଗରେ ଆଲୋଚନା ହୋଇଛି । ଆଗକୁ ଅନ୍ୟ ଦଳ ସହ ମଧ୍ୟ ଆଲୋଚନା ହେବ।

Share

Leave a Reply

Your email address will not be published. Required fields are marked *

twelve + fourteen =