ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି

ଭୁବନେଶ୍ୱର () ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିବେନି । ସାଧାରଣତନ୍ତ୍ର ଦିବସରେ ପ୍ରଚଳିତ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ କଟକରେ ପତାକା ଉତ୍ତୋଳନ କରି ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି । ଏଥର କିନ୍ତୁ କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରି ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ବୋଧହୁଏ ଓଡିଶା ଇତିହାସରେ ଏହା ପ୍ରଥମ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ପତାକା ଉତ୍ତୋଳନ କରିବେ ।

ସୋନପୁରରେ ମନ୍ତ୍ରୀ ବିକ୍ରମ ଆରୁଖ, ସୁନ୍ଦରଗଡରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ବଲପୁରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦୁଝରରେ ମନ୍ତ୍ରୀ ପଦ୍ମନାଭ ବେହେରା, ପୁରୀରେ ମନ୍ତ୍ରୀ ପ୍ରତାପ ଜେନା, ଗଞ୍ଜାମରେ ମନ୍ତ୍ରୀ ଅରୁଣ ସାହୁ, ବାଲେଶ୍ୱରରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁଗୁଳର ମନ୍ତ୍ରୀ ସୁଶାନ୍ତ ସିଂ, କଳାହାଣ୍ଡିରେ ମନ୍ତ୍ରୀ ନବ ଦାସ, ରାୟଗଡ଼ାରେ ମନ୍ତ୍ରୀ ଟୁକୁନି ସାହୁ, ଜଗତସିଂହପୁରରେ ମନ୍ତ୍ରୀ ଜଗନ୍ନାଥ ସରକା, ଯାଜପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଢେଙ୍କାନାଳରେ ମନ୍ତ୍ରୀ ଅଶୋକ ପଣ୍ଡା, ନୟାଗଡରେ ମନ୍ତ୍ରୀ ସମୀର ଦାସ, ମାଲକାନଗିରିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ପତାକା ଉତ୍ତୋଳନ କରିବେ । କୋରାପୁଟ, ଖୋର୍ଦ୍ଧା, ନୂଆପଡା, ଭଦ୍ରକ, ଝାରସୁଗୁଡା, ବରଗଡ, ବୌଦ୍ଧ, କନ୍ଧମାଳ, କେନ୍ଦ୍ରାପଡାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରି ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବେ । 

Share

Leave a Reply

Your email address will not be published. Required fields are marked *

18 + 5 =