ନବୀନ ଜଣେ ନିଃସ୍ୱାର୍ଥପର ନେତା : କେସିଆର

ଭୁବନେଶ୍ୱର () ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ସେ ନବୀନଙ୍କୁ ଜଣେ ନିଃସ୍ୱାର୍ଥପର ନେତା ବୋଲି କହିଛନ୍ତି । ସ୍ବର୍ଗତ ବିଜୁ ପଟନାୟକଙ୍କ ଏହି ସୁଯୋଗ୍ୟ ସନ୍ତାନ ଜାତୀୟ ରାଜନୀତିରେ ଜଣେ ବଳିଷ୍ଠ ନେତା ।

କେସିଆର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସରକାରଙ୍କ ବିଭିନ୍ନ ଯୋଜନା ବିଶେଷ କରି ନିକଟରେ ଘୋଷଣା କରାଯାଇଥିବା କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି । କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ସେହିଭଳି ମହିଳାଙ୍କ ପାଇଁ ସାଂସଦ ଓ ବିଧାନସଭାରେ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ । ମହିଳାଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଏହି ପ୍ରସ୍ତାବକୁ ସେ ସମର୍ଥନ କରୁଥିବା କହିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟନାୟକଙ୍କ ଅବଦାନକୁ ମନେ ପକାଇଦେଇ ସେ କହିଛନ୍ତି ଯେ, ନବୀନ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ସୁଯୋଗ୍ୟ ସନ୍ତାନ । ସେ କେଵଳ ଜଣେ ନିଃସ୍ୱାର୍ଥପର ନେତା ନୁହନ୍ତି, ଜାତୀୟ ରାଜନୀତିରେ ମଧ୍ୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ।

Share

Leave a Reply

Your email address will not be published. Required fields are marked *

8 − four =