ବଦଳିଲା ମେଡିକାଲ ଚୁକ୍ତି ପଲିସି

ଭୁବନେଶ୍ୱର() ରାଜ୍ୟ ସରକାର ବଦଳାଇଲେ ମେଡିକାଲ ବଣ୍ଡ ପଲିସି ନିୟମ । MBBS ପରେ ପିଜି କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ହେବେ ମେଡିକାଲ ପିଲା । ସରକାରୀ ମେଡିକାଲ କଲେଜରେ MBBS କରି ପିଜ ବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ । କୋର୍ସ ସରିବା ପରେ ୨ ବର୍ଷ ସରକାରଙ୍କ ଅଧୀନରେ କାମ କରିବାକୁ ବାଧ୍ୟ । ଯଦି ରାଜ୍ୟ ସରକାରଙ୍କ ଅଧୀନରେ କାମ ନକରିନ୍ତି ତେବେ ଗଣିବାକୁ ପଡିବ ପାଉଣା । ପିଜି ପିଲା ଦେଢ କୋଟି ଓ ସୁପର ସ୍ପେଶାଲିଷ୍ଟ ପିଲା ୨ କୋଟି ଦେବେ ଯରିମାନା । ଏହି ନୂଆ ନିୟମ ଚଳିତ ବର୍ଷ ଠାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

Share

Leave a Reply

Your email address will not be published. Required fields are marked *

14 + 17 =