ଆଜି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ । ଆଜି ରାତିରେ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଦିନିକିଆ ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମ୍ୟାନ୍‌ ଇନ୍‌ ବ୍ଲୁ । ସେପଟେ ଟି-୨୦ ସିରିଜ୍‌ ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଇଣ୍ଡିଜ୍‌ ବାହିନୀ । ଇଣ୍ଡିଜ୍‌ ଦଳକୁ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେପଟେ ଆହତ ଯୋଗୁ ବିଶ୍ୱକପ୍‌ରେ ମାତ୍ର ଦୁଇଟି ମ୍ୟାଚ୍‌ ଖେଳିଥିବା ଶିଖର ଧଓ୍ଵନ, ଟି-୨୦ରେ ସେପରି କିଛି ଭଲ ପ୍ରଦର୍ଶନ କରିନଥିଲେ ।

ଏହା ସତ୍ତ୍ୱେ ବି ରୋହିତ ଶର୍ମାଙ୍କ ସହ ସେ ପାଳି ଓପନ୍‌ କରିପାରନ୍ତି । ୪ ନମ୍ବର ସ୍ଥାନରେ ଖେଳିପାରନ୍ତି ଲୋକେଶ ରାହୁଲ । ମନୀଷ ପାଣ୍ଡେ ଓ ଶ୍ରେୟସ୍‌ ଆୟରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ତିନିଟି ଯାକ ଟି-୨୦ ଖେଳିଥିବା ଭୁବନେଶ୍ୱର କୁମାରଙ୍କୁ ଆଜି ବିଶ୍ରାମ ଦିଆଯାଇପାରେ । ଟି-୨୦ରେ ଭଲ ପ୍ରଦର୍ଶନ କରିଥିବା ନଭଦୀପ ସାଇନି ଦିନିକିଆରେ ଡେବ୍ୟୁ କରିପାରନ୍ତି । ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମୋଟ୍‌ ୧୨୭ଟି ମ୍ୟାଚ୍‌ ଖେଳଯାଇଛି । ଭାରତ ୬୦ଟି ମ୍ୟାଚ୍‌ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ଜିତିଛି ୬୨ଟି ମ୍ୟାଚ୍‌ ।

Share

Leave a Reply

Your email address will not be published. Required fields are marked *

1 + eight =