ଗାନ୍ଧିଜୀଙ୍କ ପରଶମଣି : ପ୍ରଶାସନକୁ ଲୋକ କୈନ୍ଦ୍ରୀକ କରିବା ଲକ୍ଷ୍ୟ

ଭୁବନେଶ୍ବର () “ମୁଁ ତୁମକୁ ଗୋଟିଏ ପରାମର୍ଶ ଦେବୀ । ଯେତେବେଳେ ତୁମେ ସଂଶୟରେ ଥିବ ବା ନିଜ ଚିନ୍ତାରେ ଘାରି ହେଉଥିବ, ସେତେବେଳେ ଏହି ପରାମର୍ଶଟିକୁ ପ୍ରୟୋଗ କର ।

ତୁମେ ଦେଖିଥିବା ସବୁଠାରୁ ଗରିବ ଏବଂ ଅସହାୟ ଲୋକ କଥା ମନେ ପକାଅ ଏବଂ ନିଜକୁ ନିଜେ ପଚାର ଯେ ତୁମେ ଯାହା କରିବାକୁ ଯାଉଛି ତାହା ସେହି ଲୋକଟିର କୌଣସି ଉପକାରରେ ଲାଗିବ କି? ଏଥିରୁ ସେ କିଛି ଲାଭ ପାଇବ କି? ଏହା ତାକୁ ତା ନିଜ ଜୀବନ ଓ ଭାଗ୍ୟରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ କି? ଅନ୍ୟ କଥାରେ ଏହା କଣ କ୍ଷୁଧା ଏବଂ ଆଧ୍ୟାତ୍ମିକ ଆଭାବବୋଧ ଦୂର କରି ତା ପାଇଁ ସ୍ବରାଜ ଆଣିଦେବାରେ ସହାୟକ ହେବ କି? ସେତେବେଳେ ତୁମର ସମସ୍ତ ସଂଶୟ ଓ ସ୍ବାର୍ଥଭାବନା ଆପେ ଆପେ ଦୂରେଇ ଯିବ” ।

ସଚିବାଳୟରେ ମହାତ୍ମା ଗାନ୍ଧୀଙ୍କ ଏହି ପରାମର୍ଶ ବା ପରଶମଣିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ସଚିବାଳୟ କର୍ମଚାରୀ, ଅଫିସର ଓ ମନ୍ତ୍ରୀଙ୍କୁ ସେମାନଙ୍କ ଦାୟିତ୍ବ ନିର୍ବାହାରେ ସହାୟକ ହେବ । ଏହାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ପ୍ରଶାସନକୁ ଲୋକ କୈନ୍ଦ୍ରିକ କରିବା । ଅର୍ଥାତ ଜଣେ ଅଫିସର ବା ମନ୍ତ୍ରୀ ଯାହା କରିବାକୁ ଚିନ୍ତା କରୁଛନ୍ତି ତାହା ସମାଜର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତିର ସ୍ବାର୍ଥ ପୂରଣରେ କେତେ ସହାୟକ ହେବ ତାହା ବିଚାର କରିବା ଆବଶ୍ୟକ । ତେଣୁ ସବୁ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରଭାବଶାଳୀଙ୍କ ପାଇଁ ନୂହେଁ ବରଂ ସମାଜର ସବୁଠାରୁ ଗରିବ ଓ ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ ।

Share

Leave a Reply

Your email address will not be published. Required fields are marked *

5 × 3 =