ବିଜେପି ନାଁରେ ଏତଲା

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଥିବା ଅଭିଯୋଗରେ ଖାରବେଳନଗର ଥାନାରେ ଏତଲା ଦେଲା ବିଜେଡି ପ୍ରତିନିଧି ଦଳ । ତେବେ ବିଜେପି ନାଁରେ ବିଜେଡି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି କରିଥିଲେ ମଧ୍ୟ ପୂରଣ କରିନାହାହିଁ । ଏବେ ବିଜେପିର ୨୦୧୯ ଇସ୍ତାହାରରେ ଏହି ପ୍ରସଙ୍ଗକୁ ବାଦ୍ ଦେଇ ସାଢ଼େ ଚାରି କୋଟି ରାଜ୍ୟବାସୀଙ୍କୁ ଧୋକା ଦେଇଥଥିବା ଅଭିଯୋଗ କରିଛି ବିଜେଡି ।

ବିଜେଡିର ୩ ଜଣିଆ ପ୍ରତିନିଧି ଦଳ ଏନେଇ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ୨୦୧୪ରେ ବିଜେପି ଇସ୍ତାହାରରେ ପ୍ରଥମ ପଏଂଟ ଥିଲା ଯେ କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ । କେନ୍ଦ୍ରରେ ବିଜେପି ସରକାର ଆସିଲା । ସେମାନଙ୍କ ପାଖରେ ସ୍ୱତନ୍ତ୍ର ପାହ୍ୟା ଦେବା ନେଇ ଅଧିକାର ଥିଲା କିନ୍ତ ୁ ଦେଲେ ନାହିଁ । ଏବଂ ୨୦୧୯ ନିର୍ବାଚନ ପାଇଁ ଆସିଥିବା ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା କଥା ସ୍ଥାନ ପାଇନାହିଁ । ପ୍ରତିଶ୍ରୁତି ଦେଇ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ରକ୍ଷା କରିନାହିଁ ଭାରତୀୟ ଜନତା ପାର୍ଟି ।

Share

Leave a Reply

Your email address will not be published. Required fields are marked *

nineteen + sixteen =