ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି

ନୂଆଦିଲ୍ଲୀ()  ଜେଏନ୍ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି। ଗୁଣ୍ଡାଙ୍କ ଦ୍ୱାରା ମାଡ଼ପିଟି କରି ଯୁବବର୍ଗଙ୍କୁ ଡରାଇ ଧମକାଇ ସରକାର ଯୋଜନାବଦ୍ଧ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ସୃଷ୍ଟି କରୁଥିବା ସୋନିଆ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଗତକାଲି ରାତିରେ ଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ । କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ ୫୦ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ୍ତ । ସଂଘବଦ୍ଧ ଆକ୍ରମଣରେ ୨୫ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆହତ ହୋଇଛନ୍ତି । ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଛାତ୍ର ସଂସଦ ସଭାପତି ଐଶୀ ଘୋଷ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

Share

Leave a Reply

Your email address will not be published. Required fields are marked *

2 × three =