୨ ଭଉଣୀଙ୍କ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ

ଅତି ଆଶ୍ଚର‌୍ୟ୍ୟଜନକ ଭାବେ ଆଜି ସକାଳୁ ସଂପର୍କୀୟମାନେ ୨ ବଢିଲା ଝିଅଙ୍କ ମୃତଦେହ ଘର ପାଖ କୂଅରେ ଦେଖି ହତବାକ୍ ହୋଇପଡିଥିଲେ । ଗତକାଲି ରାତିରେ ସବୁକିଛି ଠିକଠାକ୍ ଥିବା ବେଳେ ୨ ଝିଅଙ୍କ ମୃତଦେହ କିଭଳି ଓ କାହିଁକି କୂଅରୁ ମିଳିଲା ତାକୁ ନେଇ ସନ୍ଦେହ ଉପୁଜିଛି । ଗଜପତି ଜିଲ୍ଲା ଆର ଉଦୟଗିରି ଅଂଚଳର ଛେଲିଗଡ ଗାଁରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ୨ ଭଉଣୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ପ୍ରମୋଦ ଆଚାର‌୍ୟ୍ୟଙ୍କ ୫ ଝିଅ । ବଡ ଝିଅକୁ ବିବାହ ଦେଇଥିବା ବେଳେ ଅନ୍ୟଏକ ଝିଅର ବିବାହ ପ୍ରସ୍ତାବ ଆସିଥିଲା । ଆଉ ଏତିକି ବେଳେ ସନ୍ଦେହଜନକ ଭାବେ ଅନ୍ୟ ଦୁଇ ଝିଅ ୨୨ ବର୍ଷୀୟ କିରଣ ଆଚାର‌୍ୟ୍ୟ ଓ ୧୭ ବର୍ଷୀୟ ସୃୟା ଆଚାର‌୍ୟ୍ୟଙ୍କ ମୃତଦେହ ମିଳିବା ପୁରା ଘଟଣାକୁ ବିବାଦୀୟ କରିଦେଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ୍ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

18 − ten =