ଫେବ୍ରୁଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ() ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆସନ୍ତା ଫେବୃୟାରୀ ୮ ତାରିଖରେ ହେବ ଦିଲ୍ଲୀରେ ଭୋଟିଂ ଏବଂ ୧୧ ତାରିଖରେ ହେବ ଭୋଟ ଗଣତି ।ତେବେ ନିର୍ବାଚନ ପାଇଁ ଆସନ୍ତା ଜାନୁୟାରୀ ୨୧ ହେଉଛି ନାମାଙ୍କନ ଭରିବାର ଶେଷ ତାରିଖ । ଦିଲ୍ଲୀରେ ମୋଟ ୭୦ ଆସନ ପାଇଁ ୮ ତାରିଖରେ ହେବ ଭୋଟିଂ ।

ଏଥର ତ୍ରିକୋଣୀୟ ଲଢେଇ ହେବ ବୋଲି ଆଶା କରାଯାଉଛି । ବିଜେପି , କଂଗ୍ରେ, ଓ ଏଏପି ମଧ୍ୟରେ କଡା ପ୍ରତିଦ୍ୱନ୍ଦୀତା ହୋଇପାରେ । ଗତ ଥର ଆମ ଆଦମୀ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

1 × two =