ସୋସିଆଲ୍ ମିଡିଆ ପୋଷ୍ଟ ନେଇ ସୁପ୍ରିମକୋର୍ଟଙ୍କ କଡାବାଣୀ

ନୂଆଦିଲ୍ଲୀ() ସୋସିଆଲ୍ ମିଡିଆ ପୋଷ୍ଟ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡାବାଣୀ । କହିଲେ ସାଧାରଣ ଲୋକଙ୍କୁ ପୋଲିସ କରିପାରିବ ନାହିଁ ହଇରାଣ । ମାମଲାରେ ମମତା ସରକାରଙ୍କୁ ଭତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ସୋସିଆଲ୍ ମିଡିଆ ପୋଷ୍ଟ ବାହାନାରେ ସାଧରଣ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦିଆଯାଇପାରିବ ନାହିଁ ବଳି । ଏକ ମାମଲାରେ କୋଲକାତା ପୋଲିସକୁ କହିଛନ୍ତି , ସାଧାରଣ ନାଗରିକଙ୍କୁ ସରକାରଙ୍କ ଆଲୋଚନା ଲାଗି ପ୍ରତାଡିତ କରାଯାଇପାରିବ ନାହିଁ । ଦିଲ୍ଲୀ ନିବାସୀ ଜଣେ ମହିଳାଙ୍କୁ କଥିତ ରୂପେ ଆପତ୍ତିଜନକ ଫେସବୁକ୍ ପୋଷ୍ଟ ଲାଗି କୋଲକାତା ପୋଲିସ ସମନ୍ ପଠାଇଥିଲା ।

ମହିଳା କରୋନା ମହାମାରୀ ମଧ୍ୟରେ କୋଲକାତାର ବ୍ୟସ୍ତବହୁଳ ରାଜା ବଜାର ଅଂଚଳର ଫଟୋ ସେୟାର କରି ତାଲାବନ୍ଦ ନିୟମକୁ ନେଇ ମମତା ସରକାରଙ୍କ କୋହଳ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମକୋର୍ଟ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଓ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହି ଯଦି ରାଜ୍ୟର ପୋଲିସ ଏଭଳି ଭାବେ ସାଧାରଣ ଲୋକଙ୍କୁ ସମନ୍ ପଠାଇବାରେ ଲାଗି ପଡିବ, ଏକ ବିପଦପୂର୍ଣ୍ଣ ଧାରା ଆରମ୍ଭ ହୋଇଯିବ । ଏମିତିରେ ନ୍ୟାୟାଳୟଙ୍କୁ ଆଗକୁ ବଢି ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାରର ରକ୍ଷା କରିବା ହେବ । ଯାହାକି ସଂବିଧାନର ଧାରା ୧୯ ଏକ, କ ଭାବେ ପ୍ରତିଟି ନାଗରିକଙ୍କୁ ମିଳିଛି । ଏହା ସହିତ ସୁପ୍ରିମକୋର୍ଟ ପୋଲିସକୁ କହିଛନ୍ତି ସୀମା ଉଲଂଘନ କରନ୍ତୁନାହିଁ ।

ସୂଚନାଯୋଗ୍ୟ, ଦିଲ୍ଲୀର ରୋଶନୀ ବିଶ୍ୱାସ ନାମକ ଜଣେ ୨୯ ବର୍ଷ ବୟସ୍କା ମହିଳା ତାଙ୍କୁ ସମନ ହେବା ନେଇ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ତାଙ୍କ ଓକିଲ ମହେଶ ଜେଠମାଲାନି କୋର୍ଟରେ ପକ୍ଷ ରଖିଥିଲେ। ରାଜା ବଜାର ଅଞ୍ଚଳରେ ବିରାଟ ସମାବେଶର ଫେସବୁକ ଫଟୋକୁ ନେଇ ମହିଳାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ହାଜର ହେବାକୁ କହିଥିଲା। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଘୃଣା କରୁଥିବା ଅଭିଯୋଗ କରି ପୁଲିସ ଏ ସମ୍ପର୍କରେ ମହିଳାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା। ବେଞ୍ଚ ପରାମର୍ଶ ଦେଇଛି ଯେ ପୁଲିସ ତାଙ୍କୁ ଇମେଲ ମାଧ୍ୟମରେ ପ୍ରଶ୍ନ ପଠାଇପାରେ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା କରିପାରିଥାନ୍ତା।

 

 

Share

Leave a Reply

Your email address will not be published. Required fields are marked *

three + 3 =