ଆପୋଲୋ ହସ୍ପିଟାଲସ୍‌ ପକ୍ଷରୁ ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସର ଉନ୍ମୋଚନ

ଭୁବନେଶ୍ୱର() ଆପୋଲୋ ହସ୍ପିଟାଲ୍‌ସ, ଭୁବନେଶ୍ୱର ପକ୍ଷରୁ ଆଜି ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସକୁ ଉନ୍ମୋଚନ କରାଯାଇଛି । ଯେଉଁ ରୋଗୀମାନେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି କିନ୍ତୁ ଏହି ସଂକ୍ରମଣର ମଧ୍ୟମ ଓ ଦୀର୍ଘମିଆଦୀ ପ୍ରଭାବ ଦ୍ୱାରା ପୀଡ଼ିତ ସେମାନଙ୍କ ପାଇଁ ଏହି ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ ସହାୟକ ହେବ । ୫୦%ରୁ ଅଧିକ କୋଭିଠ୍ ରୋଗୀ ବିଭିନ୍ନ ପ୍ରକାର ସମସ୍ୟା ଦ୍ୱାରା ପୀଡ଼ିତ ଯେଉଁଥିରେ ସାମିଲ ରହିଛି ନୋଭେଲ୍ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ପରେ ନିଶ୍ୱାସ ନେବାରେ ଅସୁବିଧା, ଛାତି ଯନ୍ତ୍ରଣା, ହୃଦୟ ସମସ୍ୟା, ଗଣ୍ଠି ଯନ୍ତ୍ରଣା, ଦୃଷ୍ଟି ସମସ୍ୟା ଏବଂ ମାସ ମାସ ଧରି ସ୍ମରଶକ୍ତି ହରାଇବା ଭଳି ସମସ୍ୟା ।

ପୋଷ୍ଟ୍‌-କୋଭିଡ୍ ରିକଭରି କ୍ଲିନିକ୍‌କୁ ପଲମୋଲୋଜିଷ୍ଟ୍ ଓ ଇନଟରନାଲ୍‌ମାନଙ୍କୁ ନେଇ ଗଠିତ ବିଶେଷଜ୍ଞମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ପରିଚାଳନା କରିବେ ଯେଉଁମାନେ କୋଭିଡ୍‌-୧୯ ସମସ୍ୟା ଦେଇ ଗତି କରୁଥିବା ରୋଗୀଙ୍କ ଉତମ ସ୍ୱାସ୍ଥ୍ୟ ଫେରାଇ ଆଣିବା ଲାଗି ସାହାଯ୍ୟ କରିବେ ।

ଶ୍ରୀଯୁକ୍ତ ସୁଧୀର ଏମ୍ ଦିଗିକର, ଆଂଚଳିକ ସିଇଓ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ କହିଛନ୍ତି ଯେ, “ଅନେକ ରୋଗୀ ଯେଉଁମାନେ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିଲେ ସେମାନେ ଆମକୁ ଯୋଗାଯୋଗ କରି ସେମାନଙ୍କ ଠାରେ ଥିବା ଲକ୍ଷଣ ସମ୍ପର୍କରେ ଅବଗତ କରୁଛନ୍ତି । କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଏହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା ଲାଗି ଆମେ ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ ଆରମ୍ଭ କରିବା ପଦକ୍ଷେପ ଗ୍ରହଣ କରିଛୁ । ଆପୋଲୋ ଗ୍ରୁପ୍ ହସ୍ପିଟାଲ୍ ଏଟଂରପ୍ରାଇଜ୍ ଲିମିଟେଡ୍ ପକ୍ଷରୁ ଏଭଳି ପୋଷ୍ଟ୍ କୋଭିଡ୍ ରିକଭରି କଲିନିକ୍‌କୁ ସାରା ଦେଶରେ ଖୋଲାଯାଉଛି । ପୋଷ୍ଟ୍‌-କୋଭିଡ୍ କେୟାର ପାଇଁ ଏହି ସ୍ୱତନ୍ତ୍ର କ୍ଳିନିକ୍ ରୋଗୀଙ୍କୁ ସ୍ୱତନ୍ତ୍ର ସେବା ସହ ଯୋଡ଼ି ହେବା ଲାଗି ସହାୟକ ହେବ ଯାହା ସେମାନେ ଦରକାର କରୁଛନ୍ତି । ଆମେ ଗାଇଡଲାଇନ୍ ଜାରି କରିଛୁ ଏବଂ ଆମର କ୍ଲିନିସିଆନ୍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛୁ ଯଦ୍ୱାରା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇବା ନିଶ୍ଚିତ ହୋଇପାରିବ । ଏହି କ୍ଲିନିକ୍ ରୋଗୀଙ୍କୁ କୋଭିଡ୍‌-୧୯ର ସମସ୍ୟାରୁ ରୋଗୀଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବାରେ ସହାୟକ ହେବ ଏବଂ କୋଭିଡ୍ ପୂର୍ବବର୍ତୀ ସମୟ ପର୍ଯ୍ୟନ୍ତ ଜୀବନକୁ ସେ ଫେରିପାରିବେ ।’’

କୋଭିଡ୍‌-୧୯ ଶରୀରର ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରିଥାଏ । ଷ୍ଟ୍ରୋକ୍ ଏବଂ ମାୟୋକାର୍ଡିଆଲ୍ ଇନଫ୍ରାକ୍ସନ୍‌, ଡାଇବେଟିସ୍ ଓ ହାଇପରଟେନ୍‌ସନ୍ ଭଳି ସମସ୍ୟାଗୁଡ଼ିକ ହେଉଛି କୋଭି୍‌ଡ ପରବର୍ତୀ ସିଣ୍ଡ୍ରୋମ୍‌ର ଅଂଶ । କୋଭିଡ୍‌-ପରବର୍ତୀ ସମୟରେ ରୋଗୀଙ୍କ ହଠାତ ମୃତ୍ୟୁ ହେବାର ମାମଲା ସାମ୍ନାକୁ ଆସିଛି ଏବଂ ଏଥି ମଧ୍ୟରୁ ଅଧିକାଂଶ ମାମଲାର ଜଟିଳ କାର୍ଡିଆକ୍ ସମସ୍ୟା ସହିତ ସମ୍ପର୍କ ରହିଛି ।

ଡକ୍ଟର କାର୍ତିକ ଜେନା, ବରିଷ୍ଠ କସନଲଟାଂଟ୍‌, ପଲମୋଲୋଜି, ଆପୋଲୋ ହସ୍ପିଟାଲ୍‌ସ, ଭୁବନେଶ୍ୱର ଜଣାଇଛନ୍ତି ଯେ, “କୋଭିଡ୍‌-୧୯ କେବଳ ଫୁସଫୁସ୍‌କୁ ଆକ୍ରମଣ କରେ ନାହିଁ ବରଂ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରେ ଏବଂ ପଛରେ ଛାଡ଼ି ଯାଏ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା । କେତେକ ସମସ୍ୟା ଜଟିଳ ପର୍ଯ୍ୟାୟ ଚିକିତ୍ସା ପୂରଣ ହେବା ପରର ସପ୍ତାହ କିମ୍ବା ମାସକ ପରେ ଦେଖାଦିଏ ଓ ତାହା ଜଟିଳ ପର୍ଯ୍ୟାୟ ପରେ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ରୋଗୀଙ୍କ ଆରୋଗ୍ୟକୁ ପ୍ରଭାବିତ କରେ । ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ରୋଗୀଙ୍କ ଠାରେ ଦୀର୍ଘମିଆଦୀ ସମସ୍ୟା ଏକ ସାଧାରଣ ଘଟଣା ହୋଇଥିବା ବେଳେ ସାମାନ୍ୟ ଧରଣର ଶିକାର ହୋଇଥିବା ରୋଗୀଙ୍କ ଠାରେ ମଧ୍ୟ ଭୂତାଣୁର ଦୀର୍ଘମିଆଦୀ ପ୍ରଭାବ ଦେଖାଦିଏ । କେତେକ ଦୀର୍ଘମିଆଦୀ ସମସ୍ୟାର ପ୍ରଭାବ ଅତି ଜଟିଳ ଏବଂ ଭିନ୍ନକ୍ଷମ ଧରଣର । ଏହି ସ୍ୱତନ୍ତ୍ର କ୍ଲିନିକ୍ ରୋଗୀଙ୍କ ଲକ୍ଷଣ ଉପରେ ନିରନ୍ତର ଅନୁଧ୍ୟାନ ରଖିବା ଏବଂ ସମୟୋପଯୋଗୀ ମେଡିକାଲ୍ ଧ୍ୟାନ ପ୍ରଦାନ କରିବାରେ ସହାୟକ ହୋଇଥାଏ ।’’

ସେ ପୁଣି କହିଛନ୍ତି ଯେ, “କୋଭିଡ୍‌-୧୯ ପୂର୍ବରୁ ମଧ୍ୟ ଆମେ ଅଣ ସଂକ୍ରାମକ ରୋଗର (ଏନ୍‌ସିଡି)ର ସୁନାମିକୁ ସାମ୍ନା କରୁଛୁ ଯାହା ରାଜ୍ୟରେ ସର୍ବାଧିକ ମୃତ୍ୟୁ ଶତାଂଶ ପାଇଁ ଦାୟୀ । ପୋଷ୍ଟ୍‌-କୋଭିଡ୍ ସିଣ୍ଡ୍ରୋମ୍ ସେହି ରୋଗର ଭାରକୁ ବଢ଼ାଇଛି ଏବଂ ଯଦି ତାହାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ମୁକାବିଲା କରାନଯିବ ତାହା ରୋଗର ଭାର (ମରବିଡିଟି) ଓ ମରଣଶୀଳତାକୁ ମହାମାରୀ ପରେ ମଧ୍ୟ ବଢ଼ାଇ ଏକ ବଡ଼ ସଂଖ୍ୟକ ଦୀର୍ଘସ୍ଥାୟୀ ସମସ୍ୟାର ଭୋଗୁଥିବା ବ୍ୟକ୍ତିବିଶେଷ ସୃଷ୍ଟି କରିବ ଯେଉଁମାନେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହି ସ୍ୱତନ୍ତ୍ର କ୍ଲିନିକ୍ ପୋଷ୍ଟ୍ କୋଭିଡ୍ ସିଣ୍ଡ୍ରୋମ୍‌ର ଅଗ୍ରଗତିକୁ ଅଟକାଇବ ଏବଂ ରୋଗୀ କୈନ୍ଦ୍ରୀକ, ବ୍ୟାପକ, ଟେଲି-ପରାମର୍ଶ ଏବଂ କ୍ଲିନିକ୍ ଭିତିକ କାର୍ଯ୍ୟକ୍ରମ ଜରିଆରେ ପୋଷ୍ଟ୍ କୋଭିଡ୍ ସିଣ୍ଡ୍ରୋମ୍‌ର ଅଂଶ ହୋଇଥିବା ଦୀର୍ଘସ୍ଥାୀୟ ସମସ୍ୟାର ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବ ।’’

ଆପୋଲୋ ହସ୍ପିଟାଲ୍‌ସ୍‌, ଭୁବନେଶ୍ୱର ପକ୍ଷରୁ ଆପୋଲୋ ପ୍ରୋ-ହେଲ୍‌ଥ ପ୍ରୋଗ୍ରାମ୍ ଉପରେ ଗୁରୁତ୍ୱାରୋପ କରାଯିବ ଯାହା ହେଉଛି ଏକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଓ ପରିକଳ୍ପିତ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ । ପଦକ୍ଷେପ ଗ୍ରହଣଯୋଗ୍ୟ ସ୍ୱାସ୍ଥ୍ୟ ଆନାଲିଟିକ୍ସ ଜରିଆରେ ସ୍ୱାସ୍ଥ୍ୟ ବିପଦକୁ ଜାଣିବା ଏବଂ ଦୂର କରିବାରେ ଏହା ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବ ଏବଂ ଏକ ସୁସ୍ଥକର ଏବଂ ଖୁସି ଜୀବନ ବଂଚିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ଏବଂ ମାନବିକ ଉପାଦାନକୁ ଏକତ୍ରୀତ କରିବ ଫଳରେ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପରାମର୍ଶ ଗାଇଡ୍ ପ୍ରତି ରୋଗୀଙ୍କୁ ପ୍ରଦାନ କରାଯାଇପାରିବ ଯଦ୍ୱାରା ସେମାନେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇପାରିବେ ଏବଂ ଉତମ ସ୍ୱାସ୍ଥ୍ୟ ହାସଲ କରିପାରିବେ । ଆପୋଲୋ ପ୍ରୋ ହେଲ୍‌ଥ ହେଉଛି ଆର୍ଟିଫିସିଆଲ ଇଟେଂଲିଜେନ୍ସ ଦ୍ୱାରା ପରିଚାଳିତ ପର୍ସନାଲାଇଜଡ୍ ହେଲଥ୍ ରିସ୍କ ଆସେସ୍‌ମେଂଟ୍ (ପିଏଚ୍‌ଆର୍‌ଏ) ଥିବା ପ୍ରଥମ ଧରଣର, ବ୍ୟାପକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ।

କୋଭିଡ୍‌-୧୯ ବିରୋଧ ଲଢ଼େଇରେ ସରକାରଙ୍କୁ ସହାୟତା ପ୍ରଦାନ କରିବା ଲାଗି ଆପୋଲୋ ହସ୍ପିଟାଲସ୍ ଏଟଂରପ୍ରାଇଜେସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଦୈନିକ ଏକ ନିୟୁତ କୋଭିଡ୍‌-୧୯ ଟିକା ପରିଚାଳନା କରିବା ଲାଗି ପ୍ରସ୍ତୁତ ରହିଛି । ଗ୍ରୁପ୍ ପକ୍ଷରୁ ସାରା ଭାରତରେ ଥିବା ୧୯ ଔଷଧ ଯୋଗାଣ ହବ୍ ସହିତ ଶୀତଳ ଭଣ୍ଡାର ବ୍ୟବସ୍ଥା ଓ ଏହାର ୭୦ ହସ୍ପିଟାଲସ୍‌, ୪୦୦ରୁ ଅଧିକ କ୍ଲିନିକ୍‌, ୫୦୦ କର୍ପୋରେଟ୍ ସ୍ୱାସ୍ଥ୍ୟ କେନ୍ଦ୍ର, ୪୦୦୦ ଫର୍ମାସି ସହିତ ଓମନି ଚ୍ୟାନେଲ୍ ଡିଜିଟାଲ୍ ପ୍ଲାଟଫର୍ମ “ଆପୋଲୋ ଚବିଶ ଘଂଟା’କୁ ବ୍ୟବହାର କରି କୋଭିଡ୍‌-୧୯ ଟିକାର ବ୍ୟାପକ ପରିଚାଳନାକୁ ନିଶ୍ଚିତ କରାଯିବ । ଆପୋଲୋ ହସ୍ପିଟାଲ୍‌ର ୧୦ ହଜାରରୁ ଅଧିକ କର୍ମଚାରୀ ଏବେ ପ୍ରଶିକ୍ଷଣ ହାସଲ କରୁଛନ୍ତି ଏବଂ ସେମାନଙ୍କୁ ଟିକା ପରିଚାଳନା ପାଇଁ ବିଭିନ୍ନ ଆପୋଲୋ କେନ୍ଦ୍ରରେ ମୂତୟନ କରାଯିବ ।

ଡକ୍ଟର ଆଶିଶ ଚନ୍ଦ୍ର, ନିର୍ଦେଶକ, ମେଡିକାଲ୍ ସେବା, ଶ୍ରୀଯୁକ୍ତ ଅର୍ଣ୍ଣବ ଏସ୍ ରାହା, ମହାପ୍ରବନ୍ଧକ, ଅପରେସନ୍ସ ଓ ଡକ୍ଟର କାର୍ତିକ ଜେନା, ବରିଷ୍ଠ କସନଲଟାଂଟ୍‌, ପଲମୋଲୋଜି, ଆପୋଲୋ ହସ୍ପିଟାଲ୍‌ସ ଏହି ଅବସରରେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

four × 3 =