ରାଷ୍ଟ୍ରପତିଙ୍କ ପତ୍ନୀ ତିଆରି କରୁଛନ୍ତି ମାସ୍କ

ନୂଆଦିଲ୍ଲୀ() ପୁରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି ।ଏହି କୋଭିଡ଼ ୧୯ ଯୁଦ୍ଧରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ । ସେ ଏହି ମହାମାରୀ ମୁକାବିଲା ନେଇ ନିଜେ ମାସ୍କ ତିଆରି କରୁଛନ୍ତି । ଜଣେ ରାଷ୍ଟ୍ରପତିଙ୍କ ପତ୍ନୀ ହେବା ପରେ ବି ଏଭଳି କାର୍ୟ୍ୟ କରୁଥିବା ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଛି । ଶ୍ରୀମତି କୋବିନ୍ଦଙ୍କ ଏଭଳି ଉଦ୍ୟମ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସହ ଏକ ଉଦାହରଣ ପାଲଟିଛି ।

 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ ଜରିଆରେ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + sixteen =