ଓଏଚ୍‍ଇପିଇଇ ର ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କର ସନ୍ତୋଷ ପ୍ରକଟ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଚଳାଯାଉଥିବା ଓଡିଶା ହାଇଅର ଏଜୁକେଶନ ପ୍ରୋଗ୍ରାମ ଫର ଏକ୍ସଲେନ୍ସ ଆଣ୍ଡ ଇକ୍ୟୁଟି (ଓଏଚ୍‍ଇପିଇଇ)ର ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍‍ ସନ୍ତୋଷ ପ୍ରକଟ କରିଛନ୍ତି । ବିଶ୍ୱବ୍ୟାଙ୍କ୍‍ର ଆର୍ଥିକ ସହାୟତାରେ ଉଚ୍ଚଶିକ୍ଷା ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି ।

ଗୁଣାତ୍ମକ ଶିକ୍ଷା ସହିତ ଛାତ୍ରଛାତ୍ରୀମାନେ ଯେଭଳି ଅଧିକରୁ ଅଧିକ ଭାବେ ଉପକୃତ ହୋଇପାରିବେ ସେଥିପାଇଁ ଓଏଚ୍‍ଇପିଇଇ ଯୋଜନା କାର୍ଯ୍ୟକାରୀ ହେଉଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ନିୟମିତ ଭାବେ ଏହି କାର୍ଯ୍ୟର ସମୀକ୍ଷା କରୁଥିବାବେଳେ ତାହାର ଅଗ୍ରଗତି ସନ୍ତୋଷଜନକ ରହିଛି । ତେଣୁ ବିଶ୍ୱବ୍ୟାଙ୍କ୍‍ ପକ୍ଷରୁ ଏଥିପାଇଁ ପର୍ଯ୍ୟାୟକ୍ରମେ ନିୟମିତ ଅର୍ଥ ମଞ୍ଜୁର କରାଯାଉଛି ।

ରାଜ୍ୟର କେତେକ କଲେଜରେ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ ନିମନ୍ତେ ବିଶ୍ୱବ୍ୟାଙ୍କ୍‍ ପକ୍ଷରୁ ୧୨କୋଟି ୨୬ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବା ଭାରତରେ ଅବସ୍ଥାପିତ ବିଶ୍ୱବ୍ୟାଙ୍କ୍‍ ନିର୍ଦ୍ଦେଶକ ଜୁନେଦ କମଳ ଅହମ୍ମଦ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି । ତେବେ ରାଜ୍ୟ ସରକାର ବିଭିନ୍ନ କଲେଜରେ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ ସହିତ ଏହା କାର୍ଯ୍ୟ କରୁଥିବାବେଳେ ବିଶ୍ୱ ଏବେ ଅର୍ଥ ପ୍ରଦାନ କରିଥିବା ଜଣାଯାଇଛି ।

୨୦୧୮-୧୯ ମସିହାରୁ ରାଜ୍ୟରେ ଓଏଚ୍‍ଇପିଇଇ କାର୍ଯ୍ୟକାରୀ ହେଉଛି । ୨୦୧୭ ମସିହାରେ ଋଣ ପ୍ରଦାନ ନେଇ ଚୁକ୍ତି ସ୍ୱାକ୍ଷରିତ ହେବାପରେ ଉଚ୍ଚଶିକ୍ଷାର ବିକାଶ ଲାଗି ୨୦୧୮-୧୯ ରୁ ଏହା ଓଡିଶାରେ କାର୍ଯ୍ୟକାରୀ କରାଯାଉଛି । ଓଏଚ୍‍ଇପିଇଇର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ବି.ପରମେଶ୍ୱରନ ନିୟମିତ ଭାବେ ବିଶ୍ୱବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁ ପ୍ରକଳ୍ପର ଅଗ୍ରଗତି ନେଇ ଅବଗତ କରୁଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦ୍ୱାରା ଉଚ୍ଚଶିକ୍ଷା ବିଭାକୁ ଅନେକ ଗୁଡିଏ ସଫଳତା ମିଳିଛି । ପ୍ରତ୍ୟେକ ସଫଳତା ପାଇଲାପରେ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍କୁ ଅବଗତ କରିଥାନ୍ତି ଏବଂ ଏହି ଆର୍ନ୍ତଜାତୀୟ ସଂସ୍ଥା ଅର୍ଥ ମଞ୍ଜୁର କରିଥାଏ । ନିକଟରେ ରାଜ୍ୟ ସରକାର ଓଏଚ୍‍ଇପିଇଇ ପାଇଁ ବିଶ୍ୱବ୍ୟାଙ୍କ୍‍ରୁ ୨୧ ନିୟୁର ଡଲାର ପାଇବାପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡିଶାକୁ ଖୁବ୍‍ଶୀଘ୍ର ଅର୍ଥ ପ୍ରଦାନ ନେଇ ବିଶ୍ୱବ୍ୟାଙ୍କ୍‍ ବିଚାର ଚଳାଇଥିବା ଜଣାଯାଇଛି ।

ବିଶ୍ୱବ୍ୟାଙ୍କ୍‍ ଟିମ୍‍ ଗତଥର ଓଡିଶା ଗସ୍ତରେ ଆସିଥିବାବେଳେ ଓଏଚ୍‍ଇପିଇଇ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିରେ ସନ୍ତୋଷ ପ୍ରକଟ କରିବା ସହିତ କେତେକ କ୍ଷେତ୍ରରେ ଅଧିକ ବିକାଶ ଲାଗି ପରାମର୍ଶ ଦେଇଥିଲେ । ବିଶ୍ୱବ୍ୟାଙ୍କ୍‍ର ଓଏଚ୍‍ଇପିଇଇ ଟିମ୍‍ ମୁଖ୍ୟ କୁର୍ଟ ଲାର୍ସନଙ୍କ ନେତୃତ୍ୱରେ ଏହି ଦଳ ଓଡିଶା ଗସ୍ତରେ ଆସିଥିଲେ । ବିଶ୍ୱବ୍ୟାଙ୍କ୍‍ର ପରାମର୍ଶ କ୍ରମେ ରାଜ୍ୟସରକାର ଉଚ୍ଚଶିକ୍ଷାର ବିକାଶ ପାଇଁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

five × three =