ଟିଟୋର ଆଉ ଏକ ସହଯୋଗୀ ଗିରଫ

କେନ୍ଦ୍ରାପଡ଼ା: କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିଟୋ ସହ ଲିଙ୍କ୍‌ ଅଭିଯୋଗରରେ ପୁଣି ଜଣଙ୍କୁ ଗିରଫ କରିଛି ।  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପୁଟର ଦୋକାନୀ ସରୋଜ ପତିଙ୍କୁ ଗତକାଲି ବିଳମ୍ବିତ ରାତିରେ ଏସଟିଏଫ୍‌ ଉଠାଇ ନେଇଛି।ଟିଟୋ ଓ ତାର ଭାଇମାନଙ୍କ ଘରେ ସରୋଜ ସିସିଟିଭି କ୍ୟାମେରା ଲଗାଇଥିଲା।  ତେବେ ଟିଟୋ ଗିରଫ ପରେ ସରୋଜ ଏଥିରୁ ପ୍ରମାଣ ନଷ୍ଟ କରିଥିବା କ୍ରାଇମବ୍ରାଞ୍ଚ୍‌ ଜାଣିବାକୁ ପାଇଥିଲା।ଏଥିସହ ଟିଟୋର ଭାଇମାନଙ୍କୁ ଫେରାର ହେବାରେ ସରୋଜ ସହାୟତା କରିଥିବା ତଥ୍ୟ ଏସଟିଏଫ୍‌ ପାଇବା ପରେ ତାଙ୍କୁ ଉଠାଇ ନେଇଛି।

Share

Leave a Reply

Your email address will not be published. Required fields are marked *

ten − 6 =