ତିନିରଥରେ ଚାଲିଛି ପଟା ବାଡ଼ିଆ

ପୁରୀ: ଶୁକ୍ରବାର ତାଗ ବାଡ଼ିଆ ସରି ପଟା ଫିଟିଂ ଆରମ୍ଭ ହୋଇଛି । ଶନିବାର ଦିନ ରଥରେ କଇଁଚି ବାଡ଼ିଆ ସହ ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍ ଦେବାଦେବୀଙ୍କୁ ସଫା କରି ରଥ ରଙ୍ଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ତିନି ରଥର ଚାରି ନାହାକା ବାନେ୍ଧଣି ପାଇଁ ତଳ କଇଁଚି ଫିଟିଂ ହୋଇଛି । ପ୍ରଥମ ଭୂଇଁରେ କଇଂଚି ଲାଗିଛି । ରଥର ବାନେ୍ଧଣୀ ହେଉଛି ‘କଇଁଚି’ । ଚାରିନାହାକାର ଉଭୟ ପାଶ୍ୱର୍ରେ କଇଁଚି ଛନ୍ଦାଯାଏ । ଦୁଇଟି ଲେଖାଏଁ କାଠକୁ ଛନ୍ଦାଯାଇ ଚାରିନାହାକା ଓ ଗରଗରା ସହ ଗୟଳରେ ପିଟାଯାଏ । କଇଁଚି ଲାଗିବାଦ୍ୱାରା ରଥ ଆଉ ଝାଙ୍କି ନଥାଏ । ଏହା ସ୍ଥାପନ ହେବା ଦ୍ୱାରା ରଥଗୁଡିକ ଅଧିକ ମଜଭୁତ ହୁଏ । ବିଶ୍ୱକର୍ମାଙ୍କୁ ଭୋଇସେବକ ଓ କମାର ସେବକମାନେ ରଥରେ କଇଁଚି ଲାଗିବାରେ ସାହାଯ୍ୟ କରିଥିଳେ । ରଥର ପୋଟଳ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

1 × 4 =